You are currently viewing ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ

ବାଲିଗୁଡା, ତା, ୦୬/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା,ସିପାଞ୍ଜିରୀ, ପାଦେରୀପଡା, ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

ଗୁରୁବାର ର ପ୍ରଥମ ମ୍ୟାଚ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଏକାଦଶ ବନାମ ବରିପଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଏକାଦଶ ୩-୧ଗୋଲ ରେ ବିଜୟୀ ହୋଇଥିଲା l

ଦ୍ୱିତୀୟ ମ୍ୟାଚ ବାରଖମା ଏକାଦଶ ବନାମ ସିପାଞ୍ଜିରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ୧-୦ ଗୋଲ ରେ ସିପାଞ୍ଜିରୀ ଏକାଦଶ ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ଶମ୍ଭୁନାଥ ମଲିକ, ତ୍ରିନାଥ ମଲିକ, ଟାର୍ଜନ ଦିଗାଳ, ଓ ସଞ୍ଜୟ ବେହେରା ଉପସ୍ଥିତ ରହି ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଇଲିଆସ ଦିଗାଳ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ସୌମ୍ୟ ରଞ୍ଜନ ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l