You are currently viewing କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ,ଯୋଗଦେଲେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା
କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ,ଯୋଗଦେଲେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା

କୋଦଳା(୧୧ /୧ /୨୦୨୪)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସି ଏଚ୍ ନୂଆ ଗାଁ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହୁତହୁତ୍ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଉକ୍ତ ମ୍ଯାଚ୍ ର ଅନ୍ତିମ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ତିମ ଦିବସରେ ରେଗିଡି ସହ ଝାଡବାଇ ମଧ୍ଯରେ ମୁକାବିଲା ହୋଇଥିଲା। ଏଥିରେ ରେଗିଡି ଫାଇନାଲ୍ ମ୍ୟାଚ୍ ର ବିଜେତା ହୋଇଥିବା ବେଳେ କପ୍ କୁ ଅକ୍ତିଆର କରି ନେଇଥିବା ଜଣାପଡିଛି। ଅନ୍ଯ ମାନଙ୍କ ମଧ୍ୟରେ ସି ଏଚ୍ ନୂଆ ଗାଁ ପୂର୍ବତନ ସରପଞ୍ଚ ପବିତ୍ର ସାବତ, ନିରଞ୍ଜନ ନାହାକ, ପ୍ରଶାନ୍ତ ପରିଡା, ଭାସ୍କର ସାହୁ, ତ୍ରିନାଥ ପରିଡ଼ାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଗଞ୍ଜାମ କୋଦଳା ରୂ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।