You are currently viewing କିଶୋର ପଲାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ |
କିଶୋର ପଲାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ |

ଖଲ୍ଲିକୋଟ ; 4/11 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଠାରେ ଥିବା କିଶୋର ପଲାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ରାଜ୍ୟ ସରକାରଙ୍କ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ସୋମବାର ଦିନ ପିଲା ମାନଙ୍କ ମଧ୍ୟରେ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି |ପ୍ରଥମେ ଛାତ୍ର ଛାତ୍ରୀ ମାନେ କ୍ରୀଡା ମଶାଲ କୁ ନାରାୟଣୀ ମନ୍ଦିର ରୁ ଆଣି ବିଦ୍ୟାଳୟ ପରିସର ରେ ପହଁଞ୍ଚିବା ପରେ ଆୟୋଜିତ କ୍ରୀଡା ଉତ୍ସବ କୁ ବିଦ୍ୟାଳୟ ର ଅଧକ୍ଷା ଡ଼ଃ. ନମିତା ଦାଶ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି କ୍ରୀଡା ପ୍ରତିଯୋଗୀତା ରେ ସଟ ଫୁଟ, ଜାଭଳିନ,, ଦୌଡ, ଖୋକ ଲଙ୍ଗ ଜମ୍ପ,ହାଇ ଜମ୍ପ ପ୍ରଭୃତି ଖେଳ ରେ 22 ଜଣ ବାଳିକା ଓ 40 ଜଣ ବାଳକ ଅଂଶ ଗ୍ରହଣ କରିଥିଲେ |ଉକ୍ତ କ୍ରୀଡା ପ୍ରତିଯୋଗିତା କୁ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମହେଶ୍ୱର ଦାଶ ଅଧ୍ୟାପକ ତଥା ନୋଡାଲ ଅଫିସର ସରୋଜ କୁମାର ଦାଶ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମହେଶ୍ୱର ମହାରଣା,ସତ୍ୟବାନ ନାୟକ, ଡ଼ି. ଅରୁଣାଚଳମ, ପ୍ରଭାକର ପାଢ଼ୀ,ପ୍ରଭାତ କୁମାର ନାହାକ, ଯୋଗୀନ୍ଦ୍ର ବାରିକ, ମନୋରଞ୍ଜନ ସାମନ୍ତରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କଲେଜ କର୍ମଚାରୀଙ୍କ ତତ୍ୱାବଧାନ ରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ 15 ତାରିଖ ଦିନ ବିଶେଷ ଅତିଥି ମାନଙ୍କ ଦ୍ୱାରା କୃତି କ୍ରୀଡା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ର କାର୍ଯ୍ୟକ୍ରମ ରହିଛି | ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗଣମାଧ୍ୟମ କୁ ସୂଚନା ଦେଇ ବିଦ୍ୟାଳୟ ରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ, ସାମାଜିକ ଓ କ୍ରୀଡା ପ୍ରତିଯୋଗିତା ପିଲାଙ୍କୁ ଉଚ୍ଚାହିତ କରୁଛି ଓ ସରକାରଙ୍କ ଏକ ଭଲ ପଦକ୍ଷେପ ତେଣୁ ଏହାକୁ ପ୍ରତିବର୍ଷ ସବୁ ବିଦ୍ୟାଳୟ ରେ ଅନୁଷ୍ଠିତ କରାଇବା ପାଇଁ ପ୍ରକାଶ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )