ବେଲଗୁଣ୍ଠା,୦୧/୦୯, ଆଜି ବେଲଗୁଣ୍ଠା ବ୍ଲକ୍ ବିଏଲ୍ଏସ୍ ପୁର ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁବେର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ I।

ସୁସ୍ଥ ଜୀବନଯାପନ ନିମନ୍ତେ ଶାରୀରୀକ କ୍ରୀଡ଼ା ନିତାନ୍ତ ଆବଶ୍ୟକ ଥିବା ବେଳେ ଛାତ୍ରଛାତ୍ରୀ ବିପଜ୍ଜନକ ମୋବାଇଲ୍ ଗେମ୍ ରୁ ନିଜକୁ ମୁକ୍ତ କରି ଖେଳ ପଡିଆରେ ପ୍ରତ୍ଯକ ଦିନ ଘଣ୍ଟାଏ ଶାରୀରୀକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ବିଇଓ ଶ୍ରୀମତୀ ରଥ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଆଜି ଅନୁଷ୍ଠିତ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ତନରଡା ଏବଂ।

ମଙ୍ଗଳପୁର କ୍ଳଷ୍ଟର୍ ର ଦଶଟି ବିଦ୍ୟାଳୟର ପ୍ରାୟତଃ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏଥିରେ ବରିଷ୍ଠ ଏବଂ କନିଷ୍ଠ ବିଭାଗରେ ଦୌଡ଼, କବାଡ଼ି ଖୋ-ଖୋ,ପୁଟ୍ ସଟ୍,ଡିସ୍କସ୍, ଲମ୍ୱ ଡ଼ିଆଁ, ଉଚ୍ଚ ଡ଼ିଆଁ ଭଳି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା I ପ୍ରତ୍ଯେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ରଖି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିବା ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ପ୍ରକାଶ କରିଛନ୍ତି I

କାର୍ଯ୍ୟକ୍ରମରେ କ୍ରୀଡ଼ା ପର୍ଯ୍ୟବେକ୍ଷକ ଭାବେ ଭଞ୍ଜନଗର ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରବୀଣ କୁମାର ଖାଡ଼ଙ୍ଗା ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ଦୂର୍ଗା ମାଧବ ଶତପଥି, ସଂଗ୍ରାମ କେଶରୀ ପରିଡା, ଈଶ୍ଵର ମଲ୍ଲିକ,ଉଦବତୀ ପ୍ରଧାନ, ବର୍ଷାରାଣୀ ସ୍ୱାଇଁ, ଧରିତ୍ରୀ ପ୍ରଧାନ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ I ପ୍ରତିଯୋଗିତାର ଉଦଯାପନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ପତାକାକୁ ଅବତରଣ କରାଯାଇ ଅତିଥି ମାନଙ୍କ ଉପସ୍ଥିତିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରଥଙ୍କୁ ହସ୍ତାନ୍ତର କରାଯାଇଥିଲା I କାର୍ଯ୍ୟକ୍ରମରେ ବିଏଲ୍ଏସ୍ ପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭିକାରୀ ଚରଣ ବେହେରା, ଦୟାନିଧି ପାଢୀ, ସୁଦେଷ୍ଣା ବେହେରା, ପ୍ରତାପ ବିଶ୍ୱାଳ, ଲାବଣ୍ୟ ପ୍ରଧାନ, ସଂସାର ପୋଲେଇ ଏବଂ କ୍ରୀଡ଼ା ଶିକ୍ଷକ ବାୟା ସେଠୀ ସହଯୋଗ କରିଥିଲେ I

