କଟକ : କନ୍ଦରପୁର ରିଜୋନାଲ କ୍ଲବ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କଟକର ୟୁନିୟନ କ୍ଲବ କୁ ୬ ୱିକେଟରେ ହରାଇ ଭୁବନେଶ୍ବରର ପାରାମାଉଣ୍ଟ କ୍ଲବ ଫାଇନାଲରେ ପ୍ରବେଶ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ କ୍ଲବ ନିର୍ଦ୍ଧାରିତ ୨୫ ଓଭରରେ ୧୨୦ ରନ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲା। ୧୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦.୧ ଓଭରରେ ଆବଶ୍ୟକୀୟ ରନ ସଂଗ୍ରହ କରି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଦଳ ପକ୍ଷରୁ ରୋହିତ ସାଗର ୪୫ ବଲରେ ୪୯ ରନ ସଂଗ୍ରହ କରିଥିଲେ। ସେହିପରି ସ୍ଵୟଂ ସାର୍ଥକ ରାଉତରାୟ ୫ ଓଭର ବୋଲିଂ କରି ୪ୱିକେଟ ନେଇଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଆମ୍ପେୟାର ଚିନ୍ମୟ ଦାସ ଓ ରଞ୍ଜିତ ମହାରଣା ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ବିରଜା ମଲ୍ଲିକ ଥିଲେ। ଏଥିରେ ଆୟୋଜକ କ୍ଲବ ପକ୍ଷରୁ ସଭାପତି ତାପସ ରାଉତରାୟ, ଉପସଭାପତି ସଞ୍ଜୟ ଜେନା, ଉପସଭାପତି ରଞ୍ଜିତ ପାତ୍ର, କୋଷାଧ୍ୟକ୍ଷ କାଳନ୍ଦୀ ସ୍ବାଇଁ, ସୁନନ୍ଦ ଜେନା, ମନୋଜ ହାତୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ
