ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟ ରେ ରାଜ୍ୟ ସ୍ତରୀୟ ଯୁକ୍ତ ଦୁଇ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ ବିଭାଗ ଖୋ ଖୋ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଟୁର୍ନାମେଣ୍ଟରେ ରାଜ୍ୟର ଛଅଟି ଜୋନ୍ ର ବିଜେତା ଦଳ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ ରେ ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦଳ ସହ ଭୁବନେଶ୍ୱର ସ୍ଥିତ କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦଳ ର ଏକ ରୋମାଞ୍ଚକର ଖେଳ ହୋଇଥିଲା। ପରିଶେଷରେ କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବିଜେତା ହୋଇଥିଲା। ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର୍ ଶ୍ରୀ ରାମ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ବିଜୟୀ ଦଳ କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟର କାମନା କରିଥିଲେ ଏବଂ ସମ୍ମାନନୀୟ ଅତିଥି ରୂପେ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଖେଳ ଶିକ୍ଷକ ସଂଘ ଉପଦେଷ୍ଟା ଶ୍ରୀ ସଚିଦାନନ୍ଦ ଦାଶ, ରାଜ୍ୟ ସ୍ତରୀୟ ଖେଳାଳୀ ଚୟନ କମିଟି ସଦସ୍ୟ ଶ୍ରୀ କେ. ସି. ରାଉତ ଯୋଗ ଦେଇଥିଲେ ଏବଂ ପାଟପୁର ମହାବିଦ୍ୟାଳୟ ରେ ଏପରି ରାଜ୍ୟସ୍ତରୀୟ କ୍ରୀଡ଼ା ଭବିଷ୍ୟତ ରେ କରିବା ପାଇଁ ଉତ୍ସାହ ଜ୍ଞାପନ କରିଥିଲେ। କ୍ରୀଡ଼ା ସଂସଦ ଉପ ସଭାପତି ତଥା ରସାୟନିକ ବିଜ୍ଞାନ ବିଭାଗ ମୁଖ୍ୟ ଡ କୈଳାସ ଚନ୍ଦ୍ର ସ୍ଵାଇଁ, ସହଯୋଗୀ ସଦସ୍ୟ ଅଧ୍ୟାପିକା ଡ. ଶାରଦା ପରିଚାଳନା କରିଥିଲେ। କ୍ରୀଡ଼ା ପରିଚାଳନା ରେ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମଣ ସାହୁ, ମ୍ୟାଚ ରେଫ୍ରି ଭାବେ ଦାମୋଦର ପ୍ରଧାନ, ରାମ କୃଷ୍ଣ ପାଣିଗ୍ରାହୀ, ଅମ୍ପାୟର୍ ଭାବେ ଦିଲ୍ଲୀପ ବାଘସିଙ୍ଘ, ରାଜା ସିଙ୍ଘ, ଅଜୟ ସ୍ଵାଇଁ ଏବଂ ସ୍କୋରର୍ ଭାବେ ରାକେଶ ପ୍ରଧାନ, ରାଜେନ୍ଦ୍ର ଲେଙ୍କା ପ୍ରମୁଖ ଦାୟିତ୍ୱ ତୁଲାଇ ଥିବା ବେଳେ ଶ୍ରୀକାନ୍ତ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।
