କୋଦଳା:
ଉକ୍ତ ଡାକବଙ୍ଗଳା ପଡିଆ ଠାରେ କୋଦଳା ବାର ଆସୋସିଏସନ ଆନୁକୂଲ୍ୟରେ କୋଦଳା ପୋଲିସ ଓ ପ୍ରିଜନ ଏବଂ ବାର ଓ ବେଞ୍ଚ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି! ବାର ଓ ବେଞ୍ଚ ପକ୍ଷରୁ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱରଞ୍ଜନ ବେହେରା ଅଧିନାୟକ ଦାଇତ୍ୱ ନେଇଥିବା ବେଳେ ପୋଲିସ ଓ ପ୍ରିଜନ ପକ୍ଷ ରୁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ ସବଜେଲର ମନୋଜ କୁମାର ସୁତାର ଅଧିନାୟକ ଦାଇତ୍ୱ ରେ ଥିଲେ ! 15 ଓଭର ବିଶିଷ୍ଠ ମେଚ ର ପୋଲିସ ବାହିନୀ ଟସ ଉଈନ ହୋଇ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ଓଭର ରେ ଆଠ ଉଇକେଟ ହରାଇ 210 ରନ କରିଥିବା ବେଳେ ବାର ଓ ବେଞ୍ଚ ଅଧିନାୟକ 211 ରନ ର ପିଛାକରୀ 7 ଉଈକେଟ ବିନିମୟ ରେ ମାତ୍ର 167 ରନ କରିବାରେ ସକ୍ଷମ ହୋଇଥିଲେ !ଫଳରେ ପୋଲିସ ଓ ପ୍ରିଜନ ଟିମ ବିଜେତା ଘୋଷଣା ହୋଇଥିଲେ !ଉକ୍ତ ମେଚ ରେ ଗୁରୁ ପଣ୍ଡିତ ମେନ ଅଫ ଦା ମେଚ ଘୋଷିତ ହୋଇଥିବା ବେଳେ ଵେଷ୍ଟ ବେଟସମେନ ଭାବେ ଏଡିଯେ ବିଚାରପତି ବିଶ୍ଵ ରଞ୍ଜନ ବେହେରା, ଵେଷ୍ଟ ସିକ୍ସର ସାଲୁ ସାଇ ଏବଂ ଵେଷ୍ଟ ବୋଲର ବାମଦେବ ପଣ୍ଡା ଘୋଷିତ ହୋଇ ପୁରସ୍କାର ପ୍ରାପ୍ତ କରିଥିଲେ ! ସେହିପରି ପୋଲିସ ଦଳ କୁ ବିଜେତାକପ ଓ ରନର ବାର ଦଳଙ୍କୁ ରନର କପ ପ୍ରଦାନ କରାଯାଇଥିଲା ! ମେଚ ପରିଚାଳନା ସହିତ ମୁଖ୍ୟ ଅତିଥି ଭାବେ କୋଦଳା ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା,ପୋଲସରା ଯେ ଏମ ଏଫ ସି ଅଭିନାଶ ନାଇଡ଼ୁ, ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ମେଡିକାଲ ଅଫିସର ଆଦିତ୍ୟ ପ୍ରସାଦ ସାହୁ, ବାର ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର, ଉପ ସଭାପତି ଅବନୀ ଶଙ୍କର ମିଶ୍ର, ବରିଷ୍ଠ ଆଇନଯିବି ପ୍ରଫୁଲ କୁମାର ମିଶ୍ର, ନୀଳାଞ୍ଚଳ ପୋଲାଈ, ମାନସ ମିଶ୍ର,ଶୁଭ୍ରମଣୀ ଦାଶ, ଗୋପାଳ କୃଷ୍ଣ ସାହୁ, ଭାସ୍କର ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରିଫନ ସ୍ୱାଇଁ ଓ ଭଗବାନ ସ୍ୱାଇଁ ରେଫେରୀ କାର୍ଯ୍ୟ ସମ୍ପାଦନ କରିଥିଲେ !ପୋଲିସ, ବାର, ଜେଲ ଓ ବେଞ୍ଚ କର୍ମକର୍ତ୍ତା ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ !
