ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବାପୁଜୀ ଷ୍ଟାଡିୟମ ଠାରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବୁଧବାର ଓ ଗୁରୁବାର ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଉଦଜାପନୀ ଉତ୍ସବରେ ଏ ଵି ଇ ଓ ସୋମନାଥ ସେଠି, କ୍ରୀଡା ଶିକ୍ଷକ ସଂଘ ର ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସଂପାଦକ ଭଗବାନ ପଣ୍ଡା ଓ ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ଉପସ୍ଥିତ ରହି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ ବେଗୁନିଆପଡା, ସୁମଣ୍ଡଳ, ତାଳସର ଓ ଫାଶୀ ଜୋନ ସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ । କବାଡି, ଖୋଖୋ, ଯୋଗାସନ, ଫୁଟ ବଲ, କ୍ରିକେଟ, ରନିଙ୍ଗ, ଥ୍ରୋଙ୍ଗି, ଜମ୍ପିଙ୍ଗି ଆଦି ଖେଳ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ର 26 ଜଣ କ୍ରୀଡା ଶିକ୍ଷକ ଏହି ପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ଅପରାହ୍ନ 4 ଘଣ୍ଟ ସମୟରେ ଉଦଜାପନୀ ଉତ୍ସବ ଶେଷ ହୋଇଥିଲା ।
