ଭୁବନେଶ୍ବର , ୧୫/୦୩ -:- ଭୁବନେଶ୍ବର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ଦୂର୍ଗା ପଡ଼ିଆ ରେ ୟୁଥ୍ ଆକ୍ସନ ଏବଂ ସନ୍ ସାଇନ୍ କ୍ଳବ୍ ହାଉସିଂ ବୋର୍ଡ ର ମିଳିତ ଆନୁକୂଲ୍ୟରେ ଆଠଗୋଟି କ୍ରିକେଟ ଦଳ କୁ ନେଇ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଏଥିର ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ମନୋଜ ସୂତାର ଯୋଗ ଦେଇ ଖେଳାଳି ମାନଙ୍କ ସହ ପରିଚୟ ପ୍ରଦାନ କରି ହାତ ମିଳାଇ ଖେଳିବା ପାଇଁ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଭାଇଚାରା ଓ ସାମାଜିକ ଦାୟିତ୍ବ ନିର୍ବାହ କରିବା ନିମନ୍ତେ ସମସ୍ତେ ଏକତ୍ରିତ ହେବାର ଲକ୍ଷ୍ୟ ରଖିଛନ୍ତି ଆୟୋଜକ ବିଭୁ ପ୍ରସାଦ ଏହି ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଭାର ସମ୍ଭାଳି ଥିଲେ ଭାଇଚାରା କୁ ବଞ୍ଚାଇ ରଖିବାର ପ୍ରୟାସ କରିଥିଲେ
