You are currently viewing ଜୟ କିଶାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଜୟ କିଶାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତର ଚୈତନପୁର ଗ୍ରାମ ଖେଳପଡିଆ ଠାରେ ଦୀର୍ଘ ୧୬ ଦିନ ଧରି ଚାଲିଥିବା ଜୟ କିଶାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିକାର ଫାଇନାଲ ମ୍ୟାଚରେ ଫାଇନାଲ ମ୍ୟାଚରେ ଭୁଷୁଣ୍ଡା ଓ କେ . ସାମନ୍ତରାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାମନ୍ତରାପୁର ଦଳ ୧୨ ଓଭରରେ ୪ ୱିକେଟ ହରାଇ ୧୩୪ ରନ କରିଥିବା ବେଳେ ବିପକ୍ଷ ଦଳ ୧୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୪ ରନ କରି ପରାଜିତ ହୋଇଥିଲା । ଉଦଯାପନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଗ୍ରାମ ସଭାପତି ବି . ନିରଞ୍ଜନ , ଆର୍ . ହରିକୃଷ୍ଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଟିମକୁ ୬ ହଜାର ଓ ପରାଜିତ ଦଳକୁ ୩ ହଜାର ଟଙ୍କାର ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଉଭୟ ଦଳର ଶ୍ରେଷ୍ଠ ଖେଳାଳୀମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ‌। ଲଳିତ ରେଡ୍ଡୀ ଏବଂ ବି . ଦିଲୀପ କୁମାର ଖେଳ ପରିଚାଳନା କରିଥିବା ବେଳେ ଏଲ୍ . କିଶାନ ରେଡ୍ଡୀ , ପି . ଗୋବିନ୍ଦ , କେ . ଫକୀର ରେଡ୍ଡୀ ସମେତ ଆୟୋଜକ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା