You are currently viewing ଅନ୍ତର୍ଜାତୀୟ ପୁରସ୍କାର ପାଇ ସୋରଡା ପାଇଁ ସୁନାମ ଆଣିଲେ ସତ୍ୟ କାନ୍ତ ।
ଅନ୍ତର୍ଜାତୀୟ ପୁରସ୍କାର ପାଇ ସୋରଡା ପାଇଁ ସୁନାମ ଆଣିଲେ ସତ୍ୟ କାନ୍ତ ।

ଗଞ୍ଜାମ ଜିଲ୍ଲା ରେ ରହିଛି ଏକ ଛୋଟିଆ ସୁନ୍ଦର ସହର ସୋରଡା ଓ ଏହି ଛୋଟିଆ ସହରରେ ଶ୍ରୀ ଦେବେନ୍ଦ୍ର ନାଥ ପାତ୍ର ଙ୍କ ଘରେ ଜୁଲାଇ ମାସ 1984 ମସିହାରେ ଜନ୍ମ ଗ୍ରହଣ କରିଥିଲେ ସତ୍ୟ କାନ୍ତ । ସତ୍ୟ ଯେତେବେଳେ 12 ବର୍ଷ ବୟସରେ ପହଞ୍ଚି ଥିଲେ ସେ ଦେଖିଲେ ତାଙ୍କ ବାପା କିଛି କିଛି ପୁରୁଣା ମୁଦ୍ରା ପାଖରେ ରଖିଛନ୍ତି ବାସ ସେଠୁ ଆରମ୍ଭ ହେଲା ଏହି କାହାଣୀ ର ଆରମ୍ଭ । ସତ୍ୟ ବାପାଙ୍କ କଥାକୁ ଅନୁସରଣ କରି ଆରମ୍ଭ କରିଥିଲେ ମୁଦ୍ରା ସଂଗ୍ରହ କରିବାର ନିଶା । ଏହି ନିଶା କେବଳ ମୁଦ୍ରାରେ ସୀମିତ ରହି ନଥିଲା ଆସ୍ତେ ଆସ୍ତେ ବିଭୀର୍ଣ୍ଣ ଦେଶ ବିଦେଶର ଡାକ ଟିକଟ ଠାରୁ ଆରମ୍ଭ କରି ନୋଟ ମଧ୍ୟ ସଂଗ୍ରହ କରିବାରେ ଲାଗି ପଡିଲେ । ଛୋଟ ବେଳେ ଅର୍ଥର ଅଭାବ ଯୋଗୁଁ ସେ ବେସି କିଛି ସଂଗ୍ରହ କରି ପାରିନଥିଲେ । ସେତେବେଳେ ଯାହା ଯେତିକି ସଞ୍ଚୟ ହୋଇ ପାରିଥିଲା ସେ କରିଥିଲେ । ଯଦି ଡାକ ଟିକଟ କଥା କହିବା ସୋରଡା ରେ ଥିବା ମିଶନ ସ୍କୁଲ ରେ ଉକ୍ତ ସମୟରେ କାର୍ଯ୍ୟରତ ଥିବା ଲିଲି ସିଷ୍ଟର ସ୍ପେନ ଦେଶ ର ଆସିଥିବା ଚିଠିରୁ ଡାକ ଟିକଟ ବାହାର କରି ଦଉଥିଲେ ସେଠାରୁ ଆରମ୍ଭ ହୋଇଥିଲା ଡାକ ତିକଟ ସଂଗ୍ରହର ଯାତ୍ରା । ବର୍ତ୍ତମାନ ସମୟରେ ସତ୍ୟ ନିଜ ଘରେ ଏକ ଛୋଟିଆ ସଂଗ୍ରାଳୟ ଟେ କରି ସବୁଟିକୁ ସାଇତି ରଖିଛନ୍ତି । ସତ୍ୟ ଙ୍କ କହିବା ଅନୁସାରେ ଏ ଗୁଡିକ ହଉଚି ଆମ ସଭ୍ୟତା ଆମ ସଂକୃତି ଓ ଆମ ଇତିହାସ କୁ ପ୍ରତିଫଳନ କରୁଛି ଯାହା ଦ୍ୱାରା ଆମ ପୂର୍ବ ପୁରୁଷ ମାନଙ୍କ ଇତିହାସ ବିଷୟରେ ଜାଣିପାରିବା । ଚଳିତ ମାସ 11 ତାରିଖ ଶନିବାର ଦିନ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଓଡିଶା ରୁ ଶ୍ରୀ ସତ୍ୟ କାନ୍ତ ପାତ୍ର ଙ୍କୁ Exclusive World Record ରେ ସ୍ଥାନ ପାଇବା ସହ ପୁରଷ୍କୃତ ହୋଇଛନ୍ତି । ସେ ନିଜ ପାଖରେ ଖ୍ରୀଷ୍ଟପୂର୍ବ 200 ବର୍ଷର ପୁରୁଣା ମୁଦ୍ରା ରଖି ଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି । ତାଙ୍କର ଏହି ସଫଳତାରେ ସମ୍ପୂର୍ଣ୍ଣ ଶ୍ରେୟ ନିଜ ବାପ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି । ସତ୍ୟ ଙ୍କ ପାଖରେ ବର୍ତ୍ତମାନ 100 ଠୁ ଉର୍ଦ୍ଧ ଦେଶ,ବିଦେଶ (ସ୍ପେନ,ଲଣ୍ଡନ,ଆମେରିକା,କୋରିଆ, ଅଷ୍ଟ୍ରେଲିଆ,ଫ୍ରାନ୍ସ),ପ୍ରାଚୀନ ସମୟର ଓ ପାକ-ଇଣ୍ଡିଆର ବହୁ ମୁଦ୍ରା ସାଇତି ରଖିଛନ୍ତି । ଯାହାକୁ ଆପଣ ମାନେ ଦେଖିଲେ ଚକିତ ହେବା ସହ ଏହି ମୁଦ୍ରା ବିଷୟରେ ଜାଣିବା ପାଇଁ ଉତ୍କଣ୍ଠା ପ୍ରକାଶ କରିବେ। ସତ୍ୟ ଆଶା ରଖିଛନ୍ତି ଯଦି ତାଙ୍କୁ ସୁଯୋଗ ସହଯୋଗ ମିଳେ ତେବେ ସେ ନିଶ୍ଚୟ ନିଜ ପ୍ରତିଭା କୁ ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇବା ସହ ସେମାନନଙ୍କୁ ଉତ୍ସାହିତ ମଧ୍ୟ କରାଇବେ ।