ସୋରଡ଼ା,୧୨/୩/୨୬ : ସୋରଡା ଅଞ୍ଚଳର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ରୂପେ ପରିଚିତ ଋଷିକୁଲ୍ୟା କ୍ରିକେଟ୍ କ୍ଲବ ଦ୍ଵାରା ଆୟୋଜିତ ୧୬ତମ ବାର୍ଷିକୀ କ୍ରିକେଟ୍ ଟୁର୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ସୋରଡା ଋଷିକୁଲ୍ୟା କ୍ରିକେଟ୍ କ୍ଲବ୍ ଓ ଧରାକୋଟ ୟଙ୍ଗ କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥଲା।

ଏଥିରେ ଧରାକୋଟ ଟିମ୍ ପ୍ରଥମେ ବ୍ୟାଟିଂ କରି , ନିର୍ଦ୍ଧାରିତ ୨୦ ଓଭରରେ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ ସୋରଡା ଟିମ ମୋଟ ୧୯୮ ରନ ସଂଗ୍ରହ କରିଥିଲା। ଫଳରେ ଧରକୋଟ ଟିମ୍ ୨୬ ରନରେ ବିଜୟୀ ହୋଇଥଲା।

ବିଜୟୀ ଦଳର ଵ୍ୟାଟ୍ସମ୍ୟାନ ରୋହନ ନାୟକ ଶତକ ଅର୍ଜନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆସ୍କା ସାଂସଦ ପ୍ରତିନିଧି ତଥା ଏମ୍ ବି ଏସ କୋଲା କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ବସନ୍ତ ବିଷୋୟୀ, ସମ୍ମାନିତ ଅତିଥି ଭାବେ

ତହସିଲଦାର ଗୋପାଳକୃଷ୍ଣ ରାଉତରାୟ, ଏନ୍ ଏ ସି ଚେୟାରମ୍ୟାନ ଶିବ ଶଙ୍କର ପଣ୍ଡା, ଆଇନଜୀବୀ ପ୍ରଦୀପ ଶେଖର ପାଳ, ବିଧାୟକ ପ୍ରତିନିଧି ଏସ୍. ଜଗଦୀଶ ରାଜୁ, ଟୁକୁନା ଗୌଡ଼, ସିତାରାମ ପାତ୍ର, ବଦ୍ରି ପ୍ରଧାନ, ଡ. ଆଶିଷ ଖାଡଙ୍ଗା ପ୍ରଭୃତି ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ କ୍ରୀଡ଼ାପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ବେଷ୍ଟ ବ୍ୟାଟ୍ସମ୍ୟାନ୍, ବୋଲର, ଫିଲ୍ଡର, ମ୍ୟାନ ଅଫ ଦି ସିରିଜ ବିବେଚିତ ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଚମ୍ପିୟାନ ଧରାକୋଟ ଟିମ୍ କୁ ଟ୍ରଫି ଏଵଂ ଧନରାଶି ସେହିଭଳି ରନର୍ସ ଟିମ ସୋରଡାକୁ ଟ୍ରଫି ଓ ନଗଦ ରାଶି ମଧ୍ଯ ପ୍ରଦାନ କରାଯାଇଥିଲା। ସୋରଡା ବିଧାୟକ ନୀଳମଣି ବିଷୋୟୀ ମିନି ଷ୍ଟାଡିୟମ୍ ର ଉନ୍ନତିକରଣ ସକାଶେ ନିଜସ୍ଵ ପାଣ୍ଠି ରୁ ଅର୍ଥ ରାଶି ପ୍ରଦାନ କରିଥିବାରୁ କ୍ଲବ ତରଫରୁ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରଯାଇଛି।

