You are currently viewing ମାଇ ଭାରତ କେନ୍ଦ୍ର ତରଫରୁ ବ୍ଲକ ଓ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ମାଇ ଭାରତ କେନ୍ଦ୍ର ତରଫରୁ ବ୍ଲକ ଓ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ପୁରୁଷୋତ୍ତମପୁର:– ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ଠାରେ ମାଇ ଭାରତ କେନ୍ଦ୍ର ଓ ଜୟ ଶ୍ରୀ ରାମ ଯୁବକ ସଂଘ ସହଯୋଗରେ ବ୍ଲକ ଓ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘ ସଦସ୍ୟ ପି.ସତ୍ୟ ନାରାୟଣ ପାତ୍ର ଓ ସଭାପତି କେ . ରମେଶ ଦୋରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଜେପି ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଗ୍ରାମରୁ କ୍ରୀଡାବିତ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗିତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ କ୍ରୀଡାବିତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଅଞ୍ଚଳର ସମାଜସେବୀ ମନୋରଞ୍ଜନ ମହାପାତ୍ର, ନିଳାଞ୍ଚଳ ମହାରଣା, ଦେବରାଜ ବେହେରା, ମାନସ ଗୈଡ, ଟୁକୁନା ବେହେରା, ଏଙ୍କଟ ରାଓ, ଯୋଗେନ୍ଦ୍ର ଗୈଡ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପୁରସ୍କାର ବିତରଣ ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ସଂଘର ସଭାପତି କେ ରମେଶ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।