You are currently viewing ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବରେ ଯୋଗଦେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ
ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବରେ ଯୋଗଦେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ୍ . ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବାବୁଲି ବନ୍ଧ ଗ୍ରାମ ଖେଳପଡିଆ ଠାରେ ମଙ୍ଗଳବାର ଦିନ ଠାରୁ ଆୟୋଜିତ ହୋଇଥିବା ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉତ୍ସବରେ ଦିଗପହଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମାଁ ମାଣିକେଶ୍ଵରୀ ଆସୋସିଏସନ୍ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ଅତିଥି ରୂପେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ପ୍ରମୁଖ ଯୋଗଦେଇ ଉଭୟ ଦଳର ଯୁବ ପ୍ରତିଭା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଶାନ୍ତି ଶୃଙ୍ଖଳା ଖେଳ ମନୋଭାବ ରଖି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିକାର ପ୍ରଥମ ମ୍ୟାଚରେ ଘରୋଇ ଟିମ୍ ବାବୁଲି ବନ୍ଧ ଓ ପାଳଝାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଳଝାଡି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯୯ ରନ୍ କରିଥିବା ବେଳେ ଘରୋଇଦଳ ଶେଷ ବଲରେ ଆକର୍ଷଣୀୟ ଚଉକା ମାରି ବିଜୟ ହୋଇଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଜୟୀ ଟିମର ଲିଲୁ ବଢେଇଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ସମାଜସେବୀ ମନୋଜ ସାହୁ , ରାଜେନ୍ଦ୍ର ନାୟକ , ପ୍ରଶାନ୍ତ ଶର୍ଦ୍ଦାର , ଦୟା ଜାନୀ , ସନ୍ତୋଷ ବେହେରା , ସନ୍ତୋଷ ଗୈାଡଙ୍କ ପ୍ରମୁଖ ଅବଦାନ ରହିଥିବା ବେଳେ କ୍ଳବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ରିପୋର୍ଟ କିରଣ କୁମାର ବେହେରା