You are currently viewing ଚିଙ୍ଗୁଡ଼ିଖୋଲରେ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଚିଙ୍ଗୁଡ଼ିଖୋଲରେ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡିଖୋଲରେ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ସ୍ବର୍ଗତ ନାରାୟଣ ଗୌଡଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକ ଯୋଗ ଦେଇଥିଲେ । ଏଥିରେ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପରିଚାଳକ ଫକିର ମୋହନ ରାଉତ୍, କାର୍ଯ୍ୟକ୍ରମରେ କୋଦଳା ନଗର ବିଜେପି ସଭାପତି ମଧୁସୂଦନ ଜେନା, ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଆଲୋକ କୁମାର ଶତପଥୀ, ସହଯୋଗୀ ରଞ୍ଜନ କୁମାର ନାହାକ ଯୋଗ ଦେଇଥିଲେ । ବାନମ୍ବର୍ ଜେନା, ରଞ୍ଜନ କୁମାର ପୋଲାଇ, ସୁନିଲ କୁମାର ବେହେରା, ଦିପୁ ପଢ଼ିଆରୀ, ପପୁ ପ୍ରଧାନ ସହଯୋଗ କରିଥିଲେ ।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ନିୟୁଜ ।