ବଣାଇଁ ଉପଖଣ୍ଡକୁ ୨ ପଦକ
ଓଡିଶା ରାଜ୍ୟ କରାଟେ-ଡୋ ଆସୋସିଏସଅନ (ଓସ୍କା ) ଆନୁକୂଲ୍ୟରେ ଗତ ଦୁଇଦିନ ଧରି ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ଠାରେ ୩୬ ତମ ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ରାଜ୍ୟ କରାଟେ -ଡୋ ଆସୋସିଏସନ (ଓସ୍କା ) ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସମଗ୍ର ଓଡିଶାର ଜିଲ୍ଲା କରାଟେ ଆସୋସିଏସନ ମାନଙ୍କରୁ ୫୮୦ ଜଣ କରାଟେକା ଅଂଶଗ୍ରହଣ କରିଥିଲେ l

ଏହି ପରିପ୍ରେକ୍ଷୀରେ (ଓସ୍କା ) ଦ୍ୱାରା ସ୍ୱୀକୃତି ପ୍ରାପ୍ତ ରାଉରକେଲା କରାଟେ- ଡୋ ଆସୋସିଏସନର ସାଧାରଣ ସମ୍ପାଦକ ତଥା ଏସିୟ କରାଟେ କୋଚ ଓ ବିଚାରକ ରାଜୀବ କୁମାର ସିଂଙ୍କ ନେତୃତ୍ୱ ରେ ୧୫ ଜଣିଆ କରାଟେ ଦଳ ଏହି ପ୍ରତିଯୋଗିତାରେ ରାଉରକେଲା ଦଳକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରିଥିଲେ । ଯେଉଁଥିରେ ଉତ୍କଳ କରାଟେ ସ୍କୁଲ ଟେନସା ଶାଖାର ପ୍ରଶିକ୍ଷକ ତଥା ଜାତୀୟ କରାଟେ ବିଚାରକ ରଞ୍ଜନ ପାତ୍ର ଙ୍କ ନିକଟରେ କରାଟେ ଶିକ୍ଷା ଲାଭ କରୁଥିବା ୫ କରାଟେକା ସାଇ ଶ୍ରୀଷ୍ଟି ରଣା, ଶୁଭଶ୍ରୀ ଶୁଭ୍ରଜ୍ୟୋତି ନାଥ, ଆରାଧ୍ୟା ଜୟସ୍ବାଲ, ଆସମୀ ଆଦିତି ମିଶ୍ର ଓ ଶ୍ରେୟାଂଶ ଓଝା ପ୍ରମୁଖ ରାଉରକେଲା ଦଳ କୁ ପ୍ରତିନିଧିତ୍ୱ କରିବା ପାଇଁ ରାଉରକେଲା କରାଟେ – ଡୋ ଆସୋସିଏସନ ପକ୍ଷ୍ୟରୁ ମନୋନୀତ ହୋଇ ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିରେ ଶ୍ରେୟାଂଶ ଓଝା କୁମିତେରେ ୧ ରୋପ୍ୟ ପଦକ ଓ ଆରାଧ୍ୟା ଜୟସ୍ବାଲ କୁମିତେରେ ୧ କାଂଶ୍ୟ ପଦକ ହାସଲ କରି ନିଜ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ଏହି ପ୍ରତିଯୋଗିତା ରେ ଉତ୍କଳ କରାଟେ ସ୍କୁଲ ଟେନସା ଶାଖା ର ପ୍ରଶିକ୍ଷକ ତଥା ଜାତୀୟ କରାଟେ ବିଚାରକ ରଞ୍ଜନ ପାତ୍ର ରାଉରକେଲା କରାଟେ ଦଳର କୋଚ ଓ ଟିମ ମ୍ୟାନେଜେର ଭାବରେ ଦାଇତ୍ୱ ତୁଲାଇ ଥିଲେ l

ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଓଡିଶା ରାଜ୍ୟ କରାଟେ-ଡୋ ଆସୋସିଏସନ (ଓସ୍କା ) ର ସଭାପତି ହାଂସି ଡ଼. ହରିପ୍ରସାଦ ପଟ୍ଟନାୟକ ଓ ସମ୍ପାଦିକା ଡ଼. ଗୌରୀ ମହାନ୍ତି, ଉପସଭାପତି ପ୍ରଦୀପ କୁମାର ସରକାର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ମାନପତ୍ର ପ୍ରଦାନ କରିଥିଲେ l
ପଶ୍ଚିମଓଡିଶା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
