You are currently viewing ୧୬ତମ ସୋରଡା ଋଷିକୁଲ୍ୟା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ପ୍ରଥମ ମ୍ୟାଚ୍ ରେ ଟିଚର୍ସ ଇଲେଭେନ୍ ବିଜୟୀ
୧୬ତମ ସୋରଡା ଋଷିକୁଲ୍ୟା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ପ୍ରଥମ ମ୍ୟାଚ୍ ରେ ଟିଚର୍ସ ଇଲେଭେନ୍ ବିଜୟୀ

ସୋରଡା,୨୨/୨/୨୬( ଲିଟୁ କୁମାର ବିଷୋୟୀ ): ୧୬ତମ ଋଷିକୁଲ୍ୟା ଟି -ଟ୍ୱେଣ୍ଟି କ୍ରିକେଟ୍ ଟୁର୍ନାମେଣ୍ଟ ସୋରଡା ମିନି ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ କେନ୍ଦୁପଦର ଚାଟୁଳା ଟିମ୍ ଓ ସୋରଡା ଟିଚର୍ସ ଇଲେଭେନ୍ ମଧ୍ୟରେ ହୋଇଥଲା। ଟିଚର୍ସ ଇଲେଭେନ ପ୍ରଥମେ ଟସ ଜିଣି ଆଲୋକ ସାହୁଙ୍କ ୩୬ଟି ବଲରେ ୬ ଚୌକା ଓ ୭ଟି ଛକା ବଳରେ ଦୃତ ୭୯ ରନ୍ ବଳରେ ନିର୍ଦ୍ଧାରିତ ୧୮ ଓଭର ଖେଳି ୩ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା।

ଜବବାରେ ଚାଟୁଳା ଟିମ୍ ମୋଟ ୧୮୪ ରନ୍ ସଂଗ୍ରହ କରି ୨୫ ରନ୍ ରେ ପରାଜୟ ବରଣ କରିଥିଲା। ବିଜୟୀ ଟିଚର୍ସ ଇଲେଭେନ ଟିମ ର ଆଲୋକ ସାହୁଙ୍କୁ ଋଷିକୁଲ୍ୟା କ୍ରିକେଟ୍ କ୍ଲବର ବରିଷ୍ଠ ସଭ୍ୟ ସଞ୍ଜୟ ପଣ୍ଡା ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥଲେ। ଅମ୍ପାୟାର୍ ଭାବେ ଶିବ ମହାରଣା ଓ ରାଜା ମହାପାତ୍ର ଦାୟିତ୍ୱ ତୁଲାଇ ଥିଲେ।

ସ୍କୋରର୍ ଭାବେ ଆଶିଷ ଦାସ ରହିଥିଲେ। ଋଷିକୁଲ୍ୟା କ୍ରିକେଟ୍ କ୍ଳବ୍ ର ବରିଷ୍ଠ ସଦସ୍ୟ ମନୋଜ ମହାପାତ୍ର, ସରୋଜ ମହାରଣା, ଟିକିନା ମହାରଣା, ପିଙ୍କୁ ମହାରଣା, ସତ୍ୟ ପଟ୍ଟନାୟକ, ଟୁନା , ପ୍ରବୀଣ, ମୁନା ପାଣିଗ୍ରାହୀ, ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉଦ୍ଘାଟନୀ ଉତ୍ସବରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ତହସିଲଦାର ଗୋପାଳ କୃଷ୍ଣ ରାଉତରାୟ, ସୋରଡା ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ବରିଷ୍ଠ ସମାଜସେବୀ ଲକ୍ଷ୍ମୀ ଚରଣ ପଣ୍ଡା, କ୍ଳବ୍ ବରିଷ୍ଠ ସଦସ୍ୟ ସଞ୍ଜୟ ପଣ୍ଡା, ଆସ୍କା ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, ବିଧାୟକ ପ୍ରତିନିଧି ଏସ.ଜଗଦୀଶ ରାଜୁ, ନଗର ସଭାପତି ସୀତାରାମ ପାତ୍ର, ସମାଜସେବୀ ମଣ୍ଟୁ ପତ୍ରୀ, ବିଜେପି କର୍ମୀ ମୁନା ମହାନ୍ତି ପ୍ରଭୃତି ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ।

ବହୁ ଦିନରୁ ଆବଶ୍ୟକ ହୋଇପଡ଼ିଥିବା ଷ୍ଟାଡିୟମ୍ ର ଉନ୍ନତିକରଣ ଲାଗି ବିଧାୟକ ନୀଳମଣି ବିଷୋୟୀ ନିଜ ହାତ ପାଣ୍ଠିରୁ ଅର୍ଥରାଶି ପ୍ରଦାନ କରିଥିବାରୁ ଉଭୟ ଋଷିକୁଲ୍ୟା କ୍ରିକେଟ୍ କ୍ଲବ ଓ ସୋରଡ଼ା ଜନସାଧାରଣଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି।