You are currently viewing ଆଭାସୀ ରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଖଲ୍ଲିକୋଟ ଇଣ୍ଡୋର ଷ୍ଟାଡିଅମ
ଆଭାସୀ ରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଖଲ୍ଲିକୋଟ ଇଣ୍ଡୋର ଷ୍ଟାଡିଅମ

ଖଲ୍ଲିକୋଟ : 23/2 ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ମାଧ୍ୟମ ଓଡିଶା ର ବିଭିନ୍ନ ସ୍ଥାନ ରେ ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିଅମ ଉଦଘାଟନ କରିଥିବା ବେଳେ 5 କୋଟି ଟଙ୍କା ବ୍ୟସ୍ତ ରେ ନିର୍ମିତ ଖଲ୍ଲିକୋଟ ଇଣ୍ଡୋର ସ୍ଟାଡିଅମ କୁ ଲୋକାର୍ପିତ କରିଥିଲେ |ଖଲ୍ଲିକୋଟ ଠାରେ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ଟାଡିଅମ ଉଦଘାଟନ ଅବସର ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ବ୍ଲକ ଉପାଧ୍ୟାଖ୍ୟା ଭାରତୀ ମହାରଣା ଓ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ, ବିନାୟକ ଜାଲ୍ଲୀ, ଖଲ୍ଲିକୋଟ ନଗର ବିଜେଡ଼ି ସଭାପତି କେ ନରେନ୍ଦ୍ର କୁମାର ପାତ୍ର ଓ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଉନ୍ନୟନ

ଅଧିକାରୀ ଦେବାଶିଷ ସାମଲ, ଖଲ୍ଲିକୋଟ ଏନ ଏ ସି ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )