You are currently viewing ସାନଖେମୁଣ୍ଡି ରେ ବ୍ଲକ ସ୍ତରୀୟ ଖୋ-ଖୋ ଟୁର୍ନାମେଣ୍ଟ ଅନୁଷ୍ଠିତ
ସାନଖେମୁଣ୍ଡି ରେ ବ୍ଲକ ସ୍ତରୀୟ ଖୋ-ଖୋ ଟୁର୍ନାମେଣ୍ଟ ଅନୁଷ୍ଠିତ

ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଉସ୍ତାଜଗନ୍ନାଥପୁର ଠାରେ ବ୍ଲକ ସ୍ତରୀୟ ଖୋ ଖୋ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ବିଭିନ୍ନ ଅଂଚଳ ର ୨୦ ଟି ଦଳ ଭାଗନେଇ ଦୁଇଦିନିଆ ଖୋ-ଖୋ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସମସ୍ତ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି | ୨ ବାଳିକା ଦଳ ଇରେଣ୍ଡ୍ରା ଏବଂ ଡେଙ୍ଗାଡ଼ି ଭାଗନେଇ ବାଳକ ଙ୍କ ସମକକ୍ଷ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି | ଦୁଇଦିନ ଦିନ ଧରି ଚାଲିଥିବା ଖେଳକୁ ଗତ କାଲି ଓସ୍କାର୍ଡ ବ୍ୟାଙ୍କ ର ପୂର୍ବତନ ସଭାପତି ତଥା ବିଜେଡି ରାଜ୍ୟପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ଉଦଘାଟନ କରିଥିବା ବେଳେ ଆଜି ମଧ୍ୟ ଉଦଯାପନୀ ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉଚ୍ଛାହିତ କରିବା ସାଙ୍ଗେ ସାଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଯୁବକ ମାନଙ୍କ ମଧ୍ୟରେ ଖେଳୁଆଡ଼ ମନବୃତି ପାଈଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନ କରିଥିଲେ |

ଏହି ଟୁର୍ନାମେଣ୍ଟ ରେ ଭାଗନେଇ ବିଜୟୀ ହୋଇଥିବା ବିଭିନ୍ନ ଦଳକୁ ପୁରସ୍କୃତ କରିଥିଲେ | ଉକ୍ତ ଟୁର୍ନାମେଣ୍ଟ ରେ ସମ୍ମାନିତ ଅତିଥି ଭାବେ ରାଧାଦେଇପୁର ସରପଞ୍ଚ ରାକେଶ ପାତ୍ର,ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ, ଛାତ୍ର ବିଜେଡି ର ସମ୍ପାଦକ ଧିରେନ କୁ. ରଣା,ବ୍ଲକ ସଭାପତି ସୁଶାନ୍ତ ବାଡତ୍ୟା, ସିଂଗିପୁର ନୟାବ ସରପଞ୍ଚ ଅଜିତ ମହାଙ୍କୁଡ, ନୟାବ ସରପଞ୍ଚ ସିମାଞ୍ଚଳ ନାୟକ ଯୋଗଦେଇଥିଲେ | ଆଜିର ଫାଇନାଲ ଖେଳରେ ବାଳକ ବିଭାଗରେ ଉତ୍ସାଜଗନ୍ନାଥପୁର ଦଳ ଦିଗପହଣ୍ଡି ଦଳକୁ ହରାଇ ବିଜୟୀ ହୋଇଥିଲେ |ସେହିପରି ବାଳିକା ବିଭାଗରେ ଡେଙ୍ଗାଡ଼ି ଦଳ ଏରେଣ୍ଡ୍ରା ଦଳକୁ ହରାଇ ବିଜୟୀ ହୋଇଥିଲେ | ବେଷ୍ଟ ଚେଜର ଭାବେ ଦିଗପହଣ୍ଡି ଦଳର ସଂଗ୍ରାମ ସେଠି ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ରନର ଭାବେ ରୋହନ ପ୍ରଧାନ ପୁରସ୍କୃତ ହୋଇଥିଲେ | ବାଳିକା ବିଭାଗ ରେ ବେଷ୍ଟ ଚେଜର ଭାବେ ଏରେଣ୍ଡ୍ରା ଦଳର ମୌସୁମୀ ବରାଡ ପୁରସ୍କୃତ ହୋଇଥିବା ବେଳେ ବେଷ୍ଟ ରନର ଭାବେ ଡେଙ୍ଗାଡ଼ି ଦଳର ତୃପ୍ତିମୟୀ ପାତ୍ର ପୁରସ୍କୃତ ହୋଇଥିଲେ | ଏବଂ ରେଫରୀ ଭାବେ ଅଜୟ କୁ. ସ୍ୱାଇଁ ଏବଂ ଏରେଣ୍ଡ୍ରା ବିଦ୍ୟାଳୟର ଖେଳ ଶିକ୍ଷକ ଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା | ସେହିଭଳି ଉତ୍ସାଜଗନ୍ନାଥପୁର ସ୍ଵପ୍ନେଶ୍ଵର ଖୋ-ଖୋ କ୍ଲବ ପରିଚାଳନା କମିଟି ଗୌରୀଶଙ୍କର ତ୍ରିପାଠୀ, ଦୀପକ ପ୍ରଧାନ, ରାକେଶ ପ୍ରଧାନ, ରବୀନ୍ଦ୍ର ସେଠି, ସୁଶାନ୍ତ ରାଉତ, ଫିଲୁ ପ୍ରଧାନ, ସନ୍ତୋଷ ରାଉତ, ସାଗର ପ୍ରଧାନ, ଜଗନ୍ନାଥ ସ୍ୱାଇଁ, ରାଘବ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ