ପୁରୁଷୋତ୍ତମପୁର ସହର ସ୍ଥିତ ବହୁ ପୁରାତନ ସରକାରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଈ ଯାଇଛି | କ୍ରୀଡା ଏକ ପ୍ରତିଭା, ତାକୁ ଅନୁସରଣକରିବା ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସାରା ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଆଜି ଏହା ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏନ ଡି ହାଇସ୍କୁଲପରିସରରେ ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକରେ ଥିବା ୨୯ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୦ ହାଇସ୍କୁଲ ର ୪୦୦ ଜଣ କ୍ରୀଡା ପ୍ରେମି ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ବିଭିନ୍ନଖେଳକୁଦପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ପାଇଁ ଖଲ୍ଲିକୋଟ ବିଧାୟକ ଓ କବିସୂର୍ଯୟନଗର ବିଧାୟକ ଆସିବାର ଥିଲା କିନ୍ତୁ ବ୍ରହ୍ମପୁର ରେ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟକ୍ରମରେ ବ୍ୟସ୍ତ ରହିଯିବା ରୁ ଏଠାକୁ ଆସିପାରିଲେ ନାହଁ | ତେଣୁ ଅଞ୍ଚଲର ଯୁବ ସକ୍ରିୟ ସମାଜ ସେବୀ ତଥା ବିଜେପି ନେତା ସୀତାରାମ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | କ୍ରୀଡ଼ା ପ୍ରତିଯୋଗିତାର ସଭାପତି ବ୍ଲକ ଶିକ୍ଷାଧିକାରୀ ଏସ.ଗିରିଧର ଙ୍କ ତତ୍ତ୍ଵାବଧାନ ରେ କ୍ରୀଡ଼ା ଉତ୍ସବ ରେ ସମ୍ମାନିତ ଅତିଥି ଭାବେ କାଉନସିଲର ତଥା ସାମ୍ବାଦିକ ଭାସ୍କର ବେହେରା , ଏବିଓ ସିମାଞ୍ଚଳ ରଥ , ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ସର୍ଦାର, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଜଗବନ୍ଧୁ ଦଳେଇ , କ୍ରୀଡା ସମ୍ପାଦକ ଜଗନ୍ନାଥ ଜେନା, ଧିର ସମୀର ପାଣିଗ୍ରାହୀ ମଞ୍ଚରେ ମଞ୍ଚାସିନ ହୋଈ କ୍ରୀଡ଼ାର ବିକାଶ ଉପରେ ରାଜ୍ୟ ସରକାରଙ୍କ ବହୁ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ଭବିଷ୍ୟତ ଗଠନ କରିବା ନେଇ ଆଲୋକ ପାତ କରିଥିଲେ । ଏବଂ ଏହି କ୍ରୀଡ଼ା କୁ ଚାଲେଞ୍ଜ ଭାବି ନିଜ ନିଜର

ପ୍ରତିଭାପଦର୍ଶନକରିବେବୋଲି ପରାମର୍ଶ ଦେଇଥିଲେ । ଏବଂ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଆଗାମୀ ଦିନରେ ମୋନୋନିତ ହୋଇଥିବା କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ବିଇଓ ଜଣାଇଛନ୍ତି। ଏହି କାର୍ଯ୍ୟ କ୍ରମ ରେ ବିଭିର୍ଣ୍ଣ ସ୍କୁଲ ର କ୍ରୀଡା ଶିକ୍ଷକ ଙ୍କ ସହିତ ତାରା ତାରିଣୀ ମହା ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶିବରାମ ବେହେରା ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ | ଏବଂ ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
