You are currently viewing ପୋଡାମାରୀ ରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା।
ପୋଡାମାରୀ ରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା।

ସାନଖେମୁଣ୍ଡି ,୨୫/୮ ପୋଡ଼ାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ସାନଖେମୁଣ୍ଡି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କଲେଜ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୁରେସୁ ସେଠି ପତାକା ଦେଖାଇ ଉଦଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ ଛଣମେରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଜଗଦୀଶ ମୁନି ଏବିଇଓ ଶ୍ରୀମତୀ ରିତାଞ୍ଜଳୀ ରଥ ଶୁକଦେବ ମଲ୍ଲିକ ସାନଖେମୁଣ୍ଡି କ୍ରୀଡା ସଚିବ ଶମ୍ଭୁପାଣି ପ୍ରଧାନ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ବେହେରା ସିଆରସିସି ମାଧବ ସେଠି ମନୋଜ କୁମାର ପ୍ରଧାନ ଶିବରାମ ପଣ୍ଡା ବିଜୟ ଗୌଡ଼ ମଞ୍ଚାସିନ ଥିଲେ। ପୋଡାମାରୀ କଲେଜର ଇଂରାଜୀ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ସଭାକାର୍ଯ୍ୟ ସଂଯୋଜନା କରିଥିଲା ବେଳେ ଦ୍ଵିତୀୟ ବର୍ଷ ଛାତ୍ରୀ ଉର୍ମିଳା କାର୍ଜୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ଅପରାହ୍ଣ ରେ ଉଦଯାପନ ଉତ୍ସବରେ ବିଇଓଙ୍କ ସମେତପ୍ରଶିକ୍ଷଣ ପାଇଁ ଆସିଥିବା ଓଏଏସ ଶିକ୍ଷାନବୀଶ ସୋନମ ଅଗ୍ରୱାଲ ସମିନା ଅକ୍ତାରୀ ରାକେଶ କୁମାର ବେହେରା ମନମୋହନ ସାହୁ ଓ କୀର୍ତିସାଇ ଶୁକ୍ଳ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ସମୂହ ଉପସ୍ଥିତ ରହି ସହଯୋଗ କରିଥିଲେ।

( ରିପୋର୍ଟ ବିନାୟକ ଦାସ)