You are currently viewing ଗୌତମୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ର ଫାଇନାଲ ମ୍ୟାଚ ରେ ବିଜେତା ଙ୍କୁ ପୁରସ୍କୃତ କଲେ ବିଡ଼ିଓ
ଗୌତମୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ର ଫାଇନାଲ ମ୍ୟାଚ ରେ ବିଜେତା ଙ୍କୁ ପୁରସ୍କୃତ କଲେ ବିଡ଼ିଓ

ଆଜକୁ ୧୫ଦିନ ହେବ ଆମ୍ଭ ଗୌତମୀ ହାଇ ସ୍କୁଲ ପଡିଆରେ ଚମ୍ପିୟାନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା, ଆଜି ତା ୧୮.୦୫.୨୦୨୩ ରିଖ ଅନ୍ତିମ ଦିବସରେ ବିଜେତା ଦଳ ଓ ପରାଜିତ ଦଳ ତଥା କୃତିତ୍ୱ ଲାଭ କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରିବା ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାକୁ ଗୌତମୀ ଗ୍ରାମ ପଂଚାୟତର ଯୁବ ସମିତି ସଭ୍ୟ ଶ୍ରୀ ଦନାର୍ଦନ ପଲେଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ, ଏଥିରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଯୋଗ ଦେଇଥିଲେ,

ସମ୍ନାନିତ ଅତିଥି ରୂପେ ସାନଖେମୁଣ୍ଡି ବ୍ଲକର ୬୦ ଓ ୬୨ନଂ ଜୋନ ଜିଲ୍ଲାପରିଷଦ ପ୍ରତିନିଧି ଶ୍ରୀ ରାଜୀବ ପାତ୍ର, ଓ ଶ୍ରୀ ଶଙ୍କରଷଣ ସ୍ୱାଇଁ,ସାନଖେମୁଣ୍ଡି ବ୍ଲକ ଉପାଧ୍ୟକ୍ଷl ପ୍ରତିନିଧି ଶ୍ରୀ ସଞ୍ଜୟ ନାୟକ ତତ ସହିତ ସମ୍ନାନ୍ୱିତ ଅତିଥି ରୂପେ ଗୌତମୀ ସରପଞ୍ଚ ଶ୍ରୀମତୀ ଜି ଝିଲ୍ଲୀ ରେଡି, ମୌଲାଭଞ୍ଜl ସରପଞ୍ଚ ଶ୍ରୀମତୀ ବର୍ଷାରାଣି ସେଠି, ସରପଞ୍ଚ ଶ୍ରୀ ଧୋବା ସ୍ୱାଇଁ, ସାହସପୁର ସରପଞ୍ଚ ଶ୍ରୀ ସୁଶାନ୍ତ ସେଠି, କାଳରlପଦର ସରପଞ୍ଚ ପ୍ରତିନିଧି ଶ୍ରୀ ସଞ୍ଜୟ ଦୋରା, ଦୟାନିଧିପୁର ସରପଞ୍ଚ ପ୍ରତିନିଧି ଶ୍ରୀ ବିଜୟ ଭୂୟାଁ, ସେହିପରି ସମ୍ନାନ୍ୱିତ ଅତିଥି ରୂପେ ଚୂଡ଼ାଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ରୀ ଡ଼ି ଶ୍ୟାମଘନ ପାତ୍ର, ଏରେଣ୍ଡ୍ରା ସମିତି ସଭ୍ୟ ଶ୍ରୀ ସଂଗ୍ରାମ ବିଷୋଇ,କଲରାପଦର ସମିତି ସଭ୍ୟ ଶ୍ରୀ ମୁକେଶ ରେଡି, ସାହସପୁର ସମିତି ସଭ୍ୟ ପ୍ରତିନିଧି ଶ୍ରୀ କୈଳାଶ ପାତ୍ର,ଆମ୍ବଗାଁ ସମିତି ସଭ୍ୟ ଶ୍ରୀ କାଳୁଚରଣ ଭୂୟାଁ, ପାଟପୁର ସମିତି ସଭ୍ୟ ଶ୍ରୀ ସନ୍ତୋଷ ସ୍ୱାଇଁ, ରାଧାଦେଇପୁର ସମିତି ସଭ୍ୟ ଶ୍ରୀ ନୀଳାଞ୍ଚଳ ପ୍ରଧାନ, ପି ରାମଚନ୍ଦ୍ରପୁର ସମିତି ସଭ୍ୟ ପରି ରେଡି,

ଏସ ଗୋପାଳପୁର ସମିତି ସଭ୍ୟ ଶ୍ରୀ ନାରାୟଣ ପ୍ରଧାନ,ଆଡ଼ପଡା ସମିତି ସଭ୍ୟ ପ୍ରତିନିଧି ଶ୍ରୀ ମିଥୁନ ପ୍ରଧାନ, ଖଲିଙ୍ଗି ସମିତି ସଭ୍ୟ ଶ୍ରୀ ଭଗବାନ ରାଉତ, କଙ୍କୋରଡା ସମିତି ସଭ୍ୟ ପ୍ରତିନିଧି ଶ୍ରୀ ସଞ୍ଜୟ ନାୟକ ଓ ଦୟାନିଧିପୁର ସମିତି ସଭ୍ୟ ଶ୍ରୀ ପାଣ୍ଡl ସ୍ୱାଇଁ ଉପସ୍ଥିତ ଥିଲେ l ଉକ୍ତ ସଭାର ସମ୍ନାନ୍ୱିତ ଅତିଥି ରୂପେ ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସମାଜସେବୀ ତଥା ପରଉପକାରୀ ଶ୍ରୀ ସିମାଞ୍ଚଳ ରେଡି ସହକାରୀ କନିଷ୍ଠ ଯନ୍ତ୍ରୀ, ଓ ଗୌତମୀ ଗ୍ରାମର ସମସ୍ତ ୱାର୍ଡ ମେମ୍ବର, ବୁଦ୍ଧିଜୀବୀ ମାନେ ମଞ୍ଚାସିନ ଥିଲେ l

ପ୍ରଥମେ ଗୌତମୀ ସରପଞ୍ଚ ସଂକ୍ଷେପରେ ନିଜର ଅଭିଭାଷଣ ରଖିବା ସହ ଖେଳ ପଡିଆର ଉର୍ନ୍ନତି ପାଇଁ ଉପସ୍ଥିତ ଅତିଥିଙ୍କ ଦୃଷ୍ଟିଗୋଚର କରିଥିଲେ l ପରେ ମୁଖ୍ୟ ଅତିଥି ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ସାର ବିଜେତା ଦଳର ଅଧିନାୟକକୁ ଟ୍ରଫି ସହ ୨୦୦୦୦/-ହଜାର ଟଙ୍କା ପ୍ରଦାନ କରିଥିଲେ, ପରାଜିତ ଦଳର ଅଧିନାୟକକୁ ଗୌତମୀ ସରପଞ୍ଚ ଶ୍ରୀମତୀ ଜି ଝିଲ୍ଲୀ ରେଡି ଟ୍ରଫି ସହ ୧୫,୦୦୦/- ହଜାର ଟଙ୍କା ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ନାୟକ ସାର ଖେଳ ପଡିଆର ଉର୍ନତି ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଲେ,ଶେଷରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ, ଦର୍ଶକ ଓ ଖେଳାଳି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ବି ସିମାଞ୍ଚଳ ରେଡି ସଭା କାର୍ଯ୍ୟକୁ ସାଙ୍ଗ କରିଥିଲେ l