ସୁବର୍ଣ୍ଣପୁର ୯.୧୨ସହରର ଅଗ୍ରଣୀ ଅନୁଷ୍ଠାନ ରାମଧୁନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ସର୍ବ ଭାରତୀୟ ରାମଧୁନ କପ । ଫୁଟବଲ ଟୁର୍ନାମେଣ୍ଟ ପାଇଁ ରବିବାର ଦିନ ସ୍ଥାନୀୟ ମଝିପଡ଼ା କାଳୀପୂଜା ମଣ୍ଡପ ଠାରେ ପ୍ରସ୍ତୁତି ବୈ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ରାମଧୁନ କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡା ପଣ୍ଡାଙ୍କ ଅଧ୍ଯକତାରେ ଏହି ବୈଠକ ଆରମ୍ଭ ହୋଇଥିଲା । ବୈଠକ ଆରମ୍ଭ ପୂର୍ବରୁ ଭେଟରେନ ଫୁଟବଲ ଖେଳାଳୀ ତଥା ଜି.ଏମ. କଲେଜ ସମ୍ୱଲପୁର ର ପି.ଇ.ଟି ସତୀଶ ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଗତ ବର୍ଷ ହୋଇଥିବା ଟୁର୍ନାମେଣ୍ଟ ର ସଫଳତା ଉପରେ ଆଲୋଚନା କରା ଯାଇଥିଲା । ଏଥ୍ ସହିତ ଚଳିତ ବର୍ଷ କିପରି ଫୁଟବଲ ଟୁର୍ନାମେଣ୍ଟଙ୍କୁ ଆହୁରି ଆକାର୍ଷଣୀୟ କରାଯିବ ଏବଂ ବାହାର ରାଜ୍ୟରୁ କିପରି ଅଧିକ ଫୁଟବଲ ଦଳ ଅଂଶଗ୍ରହଣ କରିପାରିବେ ସମସ୍ତ ସଦସ୍ୟ ମତାମତ ଦେଇଥିଲେ । ଟୁର୍ନାମେଣ୍ଟ ଟି ୨୦୨୫ ଫେବୃଆରୀ ମାସରେ ୧୭ ରୁ ୨୩ ତାରିଖ ମଧ୍ଯରେ ଗାନ୍ଧୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଗଲା । ସର୍ବମୋଟ ୧୬ ଲକ୍ଷ ଟଙ୍କା ଏହି ଟୁର୍ନାମେଣ୍ଟ ରେ ଖର୍ଚ୍ଚ ହେବ ବୋଲି ବଜେଟ ପ୍ରସ୍ତୁତ କରା ହୋଇଛି । ଏହି ଟୁର୍ନାମେଣ୍ଟ ରେ ୮ ଟି ଦଳ ଅଂଶଗ୍ରହଣ କରିବେ । ଆଜିର ଏହି ସଭାକୁ ବିକାଶ ପଣ୍ଡା ସମସ୍ତ ସଦସ୍ୟ ଓ ଖେଳାଳୀ ମାନଙ୍କୁ ସ୍ବାଗତ କରିଥିବା ବେଳେ ଜିଲ୍ଲା ଫୁଟବଲ ସମ୍ପାଦକ ରାଜୀବ ସାହୁ, କୋଚ କଲିମ ମହମ୍ମଦ, ମନୋରଂଜନ ତ୍ରିପାଠୀ, ସୁବାଷ ବିଶ୍ବାଳ, ବିଦ୍ୟାଧର ମିଶ୍ର, ଲଡୁ କିଶୋର ମଲ୍ଲିକ, କମଳା କାନ୍ତ ସାହୁ, ସୁରଜ ସାହୁ, ଦସ୍ତକିର ଖାନ, ଚନ୍ଦନ ବେହେରା, ରବି ଗୁରୁ, ରବି ଦେହୁରୀ, ବଣ୍ଟି ମିଶ୍ର, ରାଇନୁ ଅଲ୍ଲୀ, ହୃଷିକେଶ ପଣ୍ଡା, ଅନିଲ ସାହୁ, ପୁରେନ ନାଏକ, ରେହେମଦ ମହମ୍ମଦ, ମୁସ୍ତଫା ମହମ୍ମଦ, ଦିଲ୍ଲୀପ ସାହୁ, ଅନୁପ ସାହୁ, ଗୁରୁ ଦଳେଇ, ହରି ପଟ୍ଟନାୟକ, ବାଳଗୋପାଳ ମିଶ୍ର, ଆଜରୁ ମହମ୍ମଦ, ଆରିବ ମହମ୍ମଦ, ସିପୁନ ନାଏକ, ଅନିଲ ମହାରଣା ସମେତ ରାମଧୁନ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
