ବାଲୁଗାଁ..ହାଇଦ୍ରାବାଦ ସ୍ଥିତ ଗୋଚିବାଉଲି ଆନ୍ତର୍ଜାତୀୟ ଇନଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ୨୬ ତମ ଜାତୀୟ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଗତ ଜାନୁଆରୀ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ବାଲୁଗାଁ ରାଜୀବ ନଗରର ସୌମ୍ୟ ରଞ୍ଜନ ନାୟକ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଚିଲିକା ରୋଡର ବିଜୁ ବିଶ୍ୱାସ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ଦଳରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଦୁଇ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଏକାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ଜିଲ୍ଲାର କାଟା ଓ ଫାଇଟ୍ ବିଭାଗରେ ତିନୋଟି ସ୍ଵର୍ଣ୍ଣ ,ଦୁଇଟି ରୋପ୍ୟ ଓ ସାତଟି କାଂସ୍ୟ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି।ସିନିଅର ବିଭାଗରେ ବାଲୁଗାଁ ରାଜୀବ ନଗରର ସୌମ୍ୟ ରଞ୍ଜନ ନାୟକ ଦୁଇଟି ସ୍ଵର୍ଣ୍ଣ ଓ ଗୋଟିଏ କାଂସ୍ୟ,ଚିଲିକା ରୋଡ଼ର ବିଜୁ ବିଶ୍ୱାସ ଗୋଟିଏ ସ୍ଵର୍ଣ୍ଣ ଓ ଗୋଟିଏ କାଂସ୍ୟ, ଭୂଷଣ୍ଡପୂର୍ ଅଞ୍ଚଳର ଅନୁୱର୍ ଖାଁ ଗୋଟିଏ କାଂସ୍ୟ,ଶୁଭଙ୍କର ଦାସ ଗୋଟିଏ ରୋପ୍ୟ,ଲିଜା ଦଳାଇ ଗୋଟିଏ ରୋପ୍ୟ ,କଳ୍ପନା ପ୍ରଧାନ ଗୋଟିଏ କାଂସ୍ୟ,ଅଲୋକ ପ୍ରଧାନ ଗୋଟିଏ କାଂସ୍ୟ,ସୁରେଶ ଚନ୍ଦ୍ର ମୁଦୁଲି ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି।ସେହିପରି କନିଷ୍ଠ ବିଭାଗରେ ଦେବସ୍ମିତା ମଣ୍ଡଳ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି।ପଦକଧାରି ପ୍ରତିଯୋଗୀଙ୍କୁ କୋଚ୍ ସୌମ୍ୟ ରଞ୍ଜନ ନାୟକ ଓ ରାଜ୍ୟ ସ୍କୋଏ ଆସୋସିଏସନ ସମ୍ପାଦକ ସେକ ସଲାଉଦ୍ଦିନ ଓ ଉପ ସଭପତି ଏକାଦଶୀ ବେହେରା ସ୍ବାଗତ ଜଣାଇଛନ୍ତି।ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୨୦୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
