ଭୁବନେଶ୍ୱର , ୨୧/୦୩ -:- ଆଜି ଭୁବନେଶ୍ୱର ନିକଟବର୍ତ୍ତୀ ଗୋଠପାଟଣା ଗ୍ରାମ ରେ ରାଜ୍ୟ ସ୍ତରୀୟ ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ର ତୃତୀୟ ଦିନରେ ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଓଡିଶା ବୀରମହାସଙ୍ଘ ପାଇକ ସେନାର ରାଜ୍ୟ ସଂଯୋଜକ ସୁନୀଲ ସୁନ୍ଦରାୟ, ଗୋଠପାଟଣା ଗ୍ରାମ ର ସଭାପତି କାହ୍ନୁ ଚରଣ ମହାନ୍ତି, ସାଇ ଲକ୍ଷ୍ମୀ , ଯଶୋଧର ମହାନ୍ତି, ଭଗବାନ ପ୍ରଧାନ, ରଞ୍ଜନ ପ୍ରଧାନ, ତପନ ବାବୁ, ଦୀପକ ବସ୍ତିଆ ଖେଳ ର ଉଦଘାଟନ କରିଥିଲେ !

ଏହି ପ୍ରତିଯୋଗିତା ପୂର୍ବର୍ତ୍ତନ କ୍ରିକେଟ ଖେଳାଳି ସୁଦର୍ଶନ ଲେଙ୍କା (ବାବୁ ଭାଇ ମେମୋରିଆଲ )ନାମରେ ଅନୁଷ୍ଠିତ ହେଇଥିଲା !ଏହା ମଧ୍ୟ ଆଗକୁ ଜାରି ରହିବ ବୋଲି ସୁନୀଲ ସୁନ୍ଦରାୟ ପ୍ରତିଶୃତି ଦେଇଛନ୍ତି !ଏହି ଖେଳ କୁ ସୋମ୍ୟ ପାଲେଇ, ପପୁ ପ୍ରଧାନ, ସୋନୁ ମହାନ୍ତି, ଚନ୍ଦନ ମହାନ୍ତି, ଗୁଡ଼ୁ ମହାନ୍ତି (ସାନ ଟୋକା ), କୁନୁ ମହାନ୍ତି, ଜୁଡୋ ମାଷ୍ଟର ସତ୍ୟ (ବାଘ ମାଂମୁ ), ରାଜା ଭାଇନା, ରାଜା ପ୍ରଧାନ,ସିନୁ ମହାନ୍ତି, ସୋନୁ ପରିଡା, ପୁପୁ ପ୍ରଧାନ, ପଦ୍ମନାଭ ପରିଡା,ସୋମ୍ୟ ମହାନ୍ତି, ଉପାସକ ମହାନ୍ତି (ବଡ ଟୋକା ),ଦୁଷ୍ମନ୍ତ ପ୍ରଧାନ ଓ ଗ୍ରାମ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ !ଏହି ଖେଳ ରେ ବିଜେତା ଟ୍ରଫି ସହ ୧୫୦୦୦ ଓ ଉପ ବିଜେତାଙ୍କୁ ଟ୍ରଫି ସହ ୧୦,୦୦୦ ପୁରସ୍କାର ଥିଲା !

