You are currently viewing ମା କନକ ଦୁର୍ଗା କ୍ରିକେଟ ଟୁର୍ନାମେଣ୍ଟ ଦ୍ୱାରା “ଜୟସେନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ 2024 ଉଦଘାଟିତ
ମା କନକ ଦୁର୍ଗା କ୍ରିକେଟ ଟୁର୍ନାମେଣ୍ଟ ଦ୍ୱାରା “ଜୟସେନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ 2024 ଉଦଘାଟିତ

ଖଲ୍ଲିକୋଟ : 13/1 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଂଚାୟତ ର ବିକାଶ ପୁରୁଷ ତଥା ଲୋକ ପ୍ରିୟ ଯୁବ ସରପଞ୍ଚ ସ୍ବର୍ଗତ ଜୟସେନ ଘୋଷ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ମା କନକ ଦୁର୍ଗା କ୍ରିକେଟ ଟୁର୍ନାମେଣ୍ଟ ଆନୁକୂଲ୍ୟରେ କଞ୍ଚଣା ହାଇସ୍କୁଲ ପଛ ପଡିଆ ଠାରେ ଜୟସେନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଟୁର୍ନାମେଣ୍ଟ ର ଉଦ୍ଘାଟନୀ ଆଫ ସି ସି ନୂଆଗଡ ଏଵଂ ବି. ଡି. ସି.ସି ଭଞ୍ଜନଗର ମୁହାଁ ମୁହିଁ ହେଇଥିଲେ । ଟସ୍ ଜିତିକି ନୂଆଗଡ ପ୍ରଥମେ ବ୍ୟାଟିଂ କରୀ ୧୫୬/୯ କରିବାକୁ ସକ୍ଷମ ହେଇଥିଲା ୨୦ ଓଭର୍ ରେ। ଦଳ ପକ୍ଷରୁ ରାଜେନ୍ଦ୍ର ସର୍ବାଧିକ ୪୬ କରିଥିଲେ । ଏପଟେ ଭଞ୍ଜ ନଗର ପକ୍ଷରୁ ଦିଲୀପ ୫ ଟି ୱିକେଟ ନେବାର ସଫଳ ବୋଲର ଥିଲେ। ଅଦ୍ୟାବଧି ଭଞ୍ଜ ନଗର ୧୦୨/୩ (୧୪) କରି ଖେଳ ଜାରି ରହିଛି। ଦଳ ପକ୍ଷରୁ ସ୍ମୃତି ୫୨ କରି ଅପରାଜିତ ଅଛନ୍ତି। ଟୁର୍ନାମେଣ୍ଟ ରେ କେ ପି ଏଲ ର 4 ରୁ 8 ଜଣ ଓ ମଳିକ ତଥା କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ, ଜ୍ଞାନ ପ୍ରକାଶ ଘୋଷ, ରାଜେନ୍ଦ୍ର ସାହୁ, ରାଜେନ୍ଦ୍ର ଜେନା ଓ ରାଜେନ୍ଦ୍ର ଘୋଷ, ଜୟସେନ ସାହୁ ଅବିନାଶ ଜେନା, ସୁଶାନ୍ତ କୁମାର ସାହୁ ଓ ଗ୍ରାମ୍ୟ କାମତି ର ସମସ୍ତ ସଦସ୍ୟ ଓ ବରିଷ୍ଟ ନାଗରିକ ନାରାୟଣ ଭୂୟାଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |

ଟୁର୍ନାମେଣ୍ଟ ରେ ଖଲ୍ଲିକୋଟ ର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ ଟୁର୍ନାମେଣ୍ଟ ଆଗାମୀ ଜାନୁଆରୀ 28 ତାରିଖ ପର୍ଯ୍ୟନ୍ତ ଚାଲି ରାଜ୍ୟ ର 16 ଗୋଟି କ୍ରିକେଟ ଦଳ ଯୋଗ ଦେବା ର କାର୍ଯ୍ୟକ୍ରମ ରହିହି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )