You are currently viewing ଆଇନା ଅନୁଷ୍ଠାନ ଦ୍ବାରା କବାଡି ପତିଯୋଗିତା ଅନୁଷ୍ଠିତ
ଆଇନା ଅନୁଷ୍ଠାନ ଦ୍ବାରା କବାଡି ପତିଯୋଗିତା ଅନୁଷ୍ଠିତ

ଭଞ୍ଜନଗର,୧/୧୨ (ଶକ୍ତି ପ୍ରସାଦ କର) ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପଡିଆ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇନା ଦ୍ଵାରା କିଶୋରୀ ବାଳିକାମାନଙ୍କୁ ନେଇ ଏକ କବାଡି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥଭାବେ ସମାଜସେବୀ ଶୁଳପାଣି ଶତପଥୀ ଓ ଉପଖଣ୍ଡ ଅବସରପ୍ରାପ୍ତ ସୈନିକସଂଘ ସଭାପତି ମହେନ୍ଦ୍ର କୁମାର ସ୍ବାଇଁ ଯୋଗଦେଇଥିଲେ। ସ୍ବେଛାସେବୀ ସଂଗଠନ ଆଇନା ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବିଶ୍ବାଳ ଯୋଗଦେଇଥିଲେ। ଏଥିରେ ଛଅ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପିପୁଲସ ମହାବିଦ୍ୟାଳୟ ବୁଗୁଡ଼ା ବିଜେତା ହୋଇଥିଲା ଓ ଆଞ୍ଚଳିକ ମହାବିଦ୍ୟାଳୟ ବାଲିପଦର ଉପବିଜେତା ହୋଇଥିଲା। କ୍ରୀଷ୍ଣା ରାଓ ପାତ୍ର,ଭଞ୍ଜ କିଶୋର ଗୌଡ଼ ଓ ଶ୍ରୀନିବାସ ଦୋରା ଖେଳକୁ ପରିଚାଳନା କରିଥିଲେ। ଆଇନାର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।