You are currently viewing ରୋଟାରୀ କ୍ଳବ ତରଫରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
ରୋଟାରୀ କ୍ଳବ ତରଫରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଭଞ୍ଜନଗର :-ସ୍ଥାନୀୟ କବି ସମ୍ରାଟ ଷ୍ଟାଡିଅମ ଠାରେ ବନ୍ଧୁତ୍ୱ ଦିବସ ଅବସରରେ ଏକ କ୍ରିକେଟ ମ୍ୟାଚ ରୋଟାରୀ କ୍ଳବ, ଭଞ୍ଜନଗର, ବିପଦରବନ୍ଧୁ ଓ ମିଡ଼ିଆବନ୍ଧୁ ଙ୍କୁ ନେଇ ସୌହାର୍ଦପୂର୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି l ଏହାକୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଆନୁଷ୍ଠାନିକ ଭାବେ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇଥିବାବେଳେ ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ରଜତ କୁମାର ମହନ୍ତ ସଂମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଏହି ବନ୍ଧୁତ୍ୱପୂର୍ଣ୍ଣ ଖେଳରେ ଉଦ୍ଦେଶ୍ୟ ଉପରେ କହି ଖେଳାଳି ମାନଙ୍କୁ ଉତ୍ସା ହିତ କରିଥିଲେ l କ୍ଲବ ସଭାପତି ବସନ୍ତ କୁମାର ପାତ୍ର ଓ ଯୁଗ୍ମସମ୍ପାଦକ ରାମଚନ୍ଦ୍ର ମିଶ୍ର ମଂଚାସୀନ ହୋଇ ଖେଳାଳି ମାନଙ୍କ ଠାରୁ ଅଭିବାଦନ ଗ୍ରହଣ ସହ କ୍ଳବର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ସମସ୍ତ ଖେଳାଳୀ ବନ୍ଧୁମାନଙ୍କୁ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ମିଡିଆବନ୍ଧୁ ମାନଙ୍କୁ ଅତିଥିମାନେ ପୁଷ୍ପଗୁଛ ଓ ଉପଢୌକନଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମର ଧାରlବି ବରଣୀ ଅନୁପମ ବାନାର୍ଜୀ, ଶୂଳପାଣି ଶତପଥୀ,ରଂଜିତ କୁମାର ମିଶ୍ର, ରାମଚନ୍ଦ୍ର ମିଶ୍ର, ରଂଜିତ କୁମାର ବାରିକ, ସନ୍ତୋଷ ଜେନା, ପ୍ରଦ୍ୟୁମ୍ନ କୁମାର ମଳିକ, ସୁଧୀର କୁମାର ପାଣିଗ୍ରାହୀ ପ୍ରଦାନ କରିଥିଲେ l ପ୍ରଥମେ ଟସ ଜିତି ବିପଦରବନ୍ଧୁ ବେଟିଂ ଆରମ୍ଭ କରି ରୋଟାରୀ କ୍ଳବ କୁ ପରାସ୍ତ ପରେ ମିଡ଼ିଆ କ୍ଳବ ସହ ଖେଳି ବିଜୟୀ ହୋଇଥିଲେ l ରବୀନ୍ଦ୍ର କୁମାର ଗୌଡ଼ ଏମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ l ଶେଷରେ ବିଜୟୀ ଦଳ ବିପଦରବନ୍ଧୁ ଓ ମିଡ଼ିଆବନ୍ଧୁ ଦଳଙ୍କୁ ଅତିଥିମାନେ ୟୁନେର ଓ ରନର ଟ୍ରଫି ପ୍ରଦାନ କରିଥିଲେ l ରୋଟାରୀ କ୍ଳବର କିଛି ଉତ୍ସlହି ସଦସ୍ୟଙ୍କ ତରଫରୁ ଖେଳରେ ଛକା, ଚୌକା ମାରିଥିବା କିଛି ଖେଳାଳି ଭାଇମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିରେ ସର୍ବାଧିକ ଛକା ମାରିଥିବା ବିପଦରବନ୍ଧୁ ପକ୍ଷରୁ ଶାନ୍ତୁନୁ କୁମାର ଭୂୟାଁଙ୍କୁ ସର୍ବାଧିକ ପୁରସ୍କାର ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ଦିଲ୍ଲୀପ କୁମାର ରାଜୁ, ମନୋଜ କୁମାର ପାତ୍ର, ସୁଶାନ୍ତ କୁମାର ବେହେରା, ମହେନ୍ଦ୍ର କୁମାର ମହାରଣା, ଦେବୀ ପ୍ରସାଦ ପାତ୍ର, ବିଷ୍ଟନୁ ପ୍ରସାଦ, ଗୌରୀଶଙ୍କର ପାତ୍ର, ଗୁପ୍ତେଶ୍ୱର ସୁବୁଦ୍ଧି, ସନ୍ତୋଷ କୁମାର ପାତ୍ର, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର, ସୁମନ କୁମାର ପୃଷ୍ଟି, ଦିବ୍ୟ ରଞ୍ଜନ ଦାସ, ସଂଜୀବ କୁମାର ଚୌଧୁରୀ ଓ ଶ୍ରୀନିବାସ ସୁବୁଦ୍ଧି ପରିଚାଳନା କରିଥିଲେ l ଶେଷରେ କ୍ଳବ ସଭାପତି ବସନ୍ତ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଶତାଧିକ ଦର୍ଶକ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l