You are currently viewing ଭାଟ କୁମରଡ଼ା ନରସିଂହ ପଣ୍ଡା ଉଚ୍ଚ ବିଦ୍ୟଳୟ ରେ ସବ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଭାଟ କୁମରଡ଼ା ନରସିଂହ ପଣ୍ଡା ଉଚ୍ଚ ବିଦ୍ୟଳୟ ରେ ସବ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁରୁଷୋତ୍ତମପୁର ବ୍ଲକ ଭାଟ କୁମରଡ଼ା ଗ୍ରାମରେ ଥିବା ନରସିଂହ ପଣ୍ଡା ଉଚ୍ଚ ବିଦ୍ୟଳୟ ରେ ସବ ଜୋନ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ବେହେରା ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଈ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାଟ କୁମରଡ଼ା ଷ୍ଟେଟବେଙ୍କ ର ବ୍ରାଞ୍ଚ ମେନେଜର ଶ୍ରୀଯୁକ୍ତ ଚିକୁ ଦାଶ, ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ରୀଡା ପତାକା କୁ ଉତ୍ତୋଳନ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ସନ୍ତୋଷ କୁମାର ମହାପାତ୍ର, ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ସର୍ଦାର, ନିମାପଲୀ ୟୁ ଜି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ରାୟ, ଏହି ସ୍କୁଲର ଏସ ଏମ ସି ସଭାପତି ହୀନ ସାହୁ, ବ୍ଲକର କ୍ରୀଡା ସମ୍ପାଦକ ଜଗନ୍ନାଥ ଜେନା ପ୍ରମୁଖ ଯୋଗଦେଇ ମଞ୍ଚାସିନଥିଲେ | ଏହି କାର୍ଯ୍ୟକ୍ରମ ରେ 120 ଜଣ ପ୍ରତିଯୋଗୀ ଯୋଗ ଦେଇ ସେମାନଙ୍କ କ୍ରୀଡାର ପ୍ରତିଭା ପ୍ରତିପାଦିତ କରିଥିଲେ | ଆଗାମୀ ଦିନରେ ଏହି ପ୍ରତିଯୋଗୀ ମାନେ କିପରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତର ରେ ଉପକୃତ ହୋଈ ଏହି ସ୍କୁଲ, ବ୍ଲକ ନିଜ ଗାଁ ସହିତ ଜିଲ୍ଲା ଓ ରାଜ୍ୟର ଟେକ ରଖି ପାରିବେ ତାଉପରେ ଯତ୍ନବାନ ହୋଈ କ୍ରୀଡା କଳା, କୌଶଳ ଦେଖାଇ ଥିଲେ | ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ | ଅନ୍ୟ ବିଦ୍ୟାଳୟ ମାନଙ୍କ ରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ହେଲେ ବାଲ୍ୟ କୃଷ୍ଣ ପାଲାଇ, ସୁଜିତ କୁମାର ଜେନା, ମଞ୍ଜୁଳା ତରାଇ, ଆଶୁତୋଷ ପ୍ରଧାନ, ସମ୍ବିତ କୁମାର ବଳିଆର ସିଂ, ବିପିନ ବିହାରୀ ପ୍ରଧାନ, ମନୋରଞ୍ଜନ ପ୍ରଧାନ,କାଳୁଚରଣ ମହାଙ୍କୁଡ ସମସ୍ତେ କ୍ରୀଡା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଈ କ୍ରୀଡା କାର୍ଯ୍ୟ କୁ ଉତ୍ତମ ରୂପେ ସମ୍ପାଦନ କରିଥିଲେ

|