You are currently viewing କୋଦଳା:ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର କୋଦଳା ଶାଖାର ୧୪ଟି ସେବା ସମବାୟ ସମିତିକୁ ନେଇ ରବିବାର ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।
କୋଦଳା:ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର କୋଦଳା ଶାଖାର ୧୪ଟି ସେବା ସମବାୟ ସମିତିକୁ ନେଇ ରବିବାର ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲା
ବେଗୁନିଆପଡା ବ୍ଲକ ଅଧୀନରେ ଥିବା ୭ଗୋଟି ସେବା ସମବାୟକୁ ନେଇ ଏକ ଟିମ ଏବଂ ପୁରୁଷୋତ୍ତମପୁର ବ୍ଲକ ଅଧିନରେ ଥିବା ୭ଗୋଟି ସେବା ସମବାୟ କୁ ନେଇ ଅନ୍ୟ ଏକ ଟିମ ଗଠନ କରାଯାଇଥିଲା। ଏହି ମ୍ୟାଚରେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ।ପ୍ରଥମେ ବେଗୁନିଆପଡା ବ୍ଲକ ତରଫରୁ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୫୨ ରନ ୧୨ ଓଭରରେ କରିଥିଲେ।ଏହାକୁ ପୁରୁଷୋତ୍ତମପୁର ୮.୪ ଓଭରରେ ୫୩ ରନ କରି ବିଜେତା ହୋଇଥିଲେ।ମ୍ୟାନ ଅଫ ଦ ମ୍ୟାଚ ବିଶ୍ୱଜିତ ପଣ୍ଡା, ୪ୱିକେଟ ଏବଂ ୧୨ ରନ କରିଥିବ ଘୋଷଣା କରାଯାଇଥିଲା।
ଏଥିରେ ବେଗୁନିଆ ପଡା ଟି ମିରେ,ଶାଖା ପରିଚାଳକ କ୍ରିଷ୍ଣା ଚନ୍ଦ୍ର ମିଶ୍ର, ରାଜେଶ ପଣ୍ଡା, ରବୀନ୍ଦ୍ର ଡାକୁଆ, କୃଷ୍ଣ ଚନ୍ଦ୍ର ଗୌଡ଼,ଦେବେନ୍ଦ୍ର ଗୌଡ଼, ପୃଥିବୀ ରାଜ ପୋଲାଈ,ଦୀପକ ମୁନି,ରାମ ଚନ୍ଦ୍ର ଗୌଡ଼,ପ୍ରଦୀପ ସାହୁ,ରୋଶନ,ଗୋବିନ୍ଦ କୃଷ୍ଣ ବାରିକ,ପୁରସ୍ତମପୁର ଟିମ ର, ରାମ କୃଷ୍ଣ ଗୌଡ଼, ଶିଶିର ଦଳାଇ,ବିଶ୍ୱଜିତ ପଣ୍ଡା, ଭାଗବତ ପ୍ରସାଦ ଗୌଡ଼, ପ୍ରଦୀପ ବିଶୋଇ, ପ୍ରିଟେସ କୁମାର ସ୍ୱାଇଁ,ସୁଦର୍ଶନ ପଟନାୟକ,ନୀଳାଞ୍ଚଳ ପ୍ରଧାନ, ରଞ୍ଜନ କୁମାର ବେହେରା,ଆଶିଷ ଜେନା ଯୋଗ ଦେଇଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।