ବେଲଗୁଣ୍ଠା, ୧୩/୦୯,ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୋରଡ଼ା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ବେଲଗୁଣ୍ଠା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ମଞ୍ଚାସୀନ ଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ I ଗ୍ୟାନ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ଜିଜ୍ଞାସାକୁ ବୃଦ୍ଧି କରିବା ସହିତ ବାସ୍ତବ ଜ୍ଞାନ ପ୍ରଦାନ କରିଥାଏ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ପ୍ରକାଶ ଚନ୍ଦ୍ର ବିଷୋୟୀ, ନିତ୍ୟାନନ୍ଦ ବିଷୋୟୀ, ରତ୍ନାକର ନାୟକ, ଦିବାକର ବିଷୋୟୀ, ପଦ୍ମ ବିଷୋୟୀ, ଗୌରାଙ୍ଗ ରଣା, ରଙ୍କନିଧି ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏଥିରେ ବରିଷ୍ଠ ବିଭାଗରେ ୨୩ ଟି ଏବଂ କନିଷ୍ଠ ବିଭାଗରେ ୬୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ବରିଷ୍ଠ ବିଭାଗରେ ଶଶ ଶ୍ରେଣୀର ଛାତ୍ର ଶ୍ରେୟନ୍ ପାତ୍ର,ଆଦର୍ଶ ସାହୁ ଏବଂ ସପ୍ତମ ଶ୍ରେଣୀର ଛାତ୍ର ଓମ୍ ବିଷୋୟୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କନିଷ୍ଠ ବିଭାଗରେ ପଞ୍ଚମ ଶ୍ରେଣୀର ଛାତ୍ରୀ ଅବନ୍ତିକା ସ୍ୱାଇଁ ପ୍ରଥମ, ଛାତ୍ର ଆଶୁତୋଷ କୁମାର ସ୍ୱାଇଁ ଦ୍ୱିତୀୟ ଏବଂ ଆଶିଷ୍ ପାଣିଗ୍ରାହୀ ତୃତୀୟ ସ୍ଥାନ ହାସଲ କରିଛନ୍ତି I

ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟା ସସ୍ମିତ ମାଝୀ ନେତୃତ୍ୱରେ ଗୁରୁଜୀ ଦେବାଶିଷ ବିଷୋୟୀ,ମିଥୁନ୍ ନାୟକ, ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ,ଶେଷଦେବ ପାଢୀ, ଗୁରୁମା ପ୍ରତିମା ବିଷୋୟୀ,ରୋଜୀମା,ଅଙ୍କିତା,ସୁଜ୍ଞାନୀ,ଆଶା,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷିନୀ ଗୌଡ,ସନ୍ତୋଷୀ ରାଣୀ ବିଷୋୟୀ , ସଞ୍ଜନା ଗୌଡ଼, ପିନୁ ବିଷୋୟୀ,ଝିଲ୍ଲୀ ରାଣୀ ନାଇକ,ଶିତଳ ସ୍ୱାଇଁ,ଆରତୀ ସ୍ୱାଇଁ,ବୈଶାଖୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I
