You are currently viewing ଯୁକ୍ତ ଦୁଇ ନବାଗତ ଶିକ୍ଷାର୍ଥୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ
ଯୁକ୍ତ ଦୁଇ ନବାଗତ ଶିକ୍ଷାର୍ଥୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଯୁକ୍ତ ଦୁଇ ଶ୍ରେଣୀ ନବାଗତ ଶିକ୍ଷାର୍ଥୀଙ୍କୁ ନେଇ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରପ୍ରକାରେ , ଦଶମ ପାସ୍ ପରେ ଗ୍ରାମାଞ୍ଚଳ ମାନଙ୍କରେ ବହୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ସହରାଞ୍ଚଳ କଲେଜକୁ ଆସୁଥିବା ବେଳେ ବିଭିନ୍ନ ସମସ୍ୟା ଦେଇ ଯାତାୟତ କରୁଥିଲେ । ଯାହାଫଳରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ମିଳିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ଏହାପରେ ଆଖପାଖ ଗ୍ରାମାଞ୍ଚଳର ବହୁ ବିଦ୍ୟାର୍ଥୀ ମାନେ ଯୁକ୍ତ ଦୁଇରେ ଅଧ୍ୟୟନ ନିମନ୍ତେ ନାମ ଲେଖାଇଥିଲେ । ତେବେ ଆଜି ବିଦ୍ଯାଳୟ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ନେଇ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷାର ମହତ୍ତ୍ଵ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ କରିଥିଲେ । ସେହିପରି ସରପଞ୍ଚ ଶ୍ରୀ ଗୈାଡ , ଏବିଇଓ ବାଳା ମାଝୀ ଶାନ୍ତି ଶୃଙ୍ଖଳାରେ ଶିକ୍ଷାକୁ ଉପଭୋଗ କରି ଶୀର୍ଷରେ ପହଞ୍ଚିବା ପାଇଁ ଉପଦେଶ ଦେଇଥିଲେ । ସେହିପରି ବିଦ୍ଯାଳୟ ଅଧ୍ଯକ୍ଷ ରୁନା ନାୟକ ବିଦ୍ଯାଳୟ ନୀତିନିୟମ ମାନି ଅଧ୍ୟୟନ କରିବାକୁ ନବାଗତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଶେଷରେ ନବାଗତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଗୈାଡ ଏବଂ ପୂର୍ବତନ ପ୍ରଧାନଶିକ୍ଷକ ଅରୁଣ ପାଣିଗ୍ରାହୀ ସମେତ ବିଦ୍ଯାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

ରିପୋର୍ଟ କିରଣ କୁମାର ବେହେରା