You are currently viewing କନ୍ଧ ସୁନ୍ଦରାପଲ୍ଲୀରେ ଝାଡ଼ାବାନ୍ତି ରେ ୫ମୃତ,୪ ଆକ୍ରାନ୍ତ
କନ୍ଧ ସୁନ୍ଦରାପଲ୍ଲୀରେ ଝାଡ଼ାବାନ୍ତି ରେ ୫ମୃତ,୪ ଆକ୍ରାନ୍ତ

ଆସିକା ବ୍ଲକ ବାଲିସିରା ପଞ୍ଚାୟତ ଅନ୍ତର୍ଗତ କାନ୍ଧ ସୁନ୍ଦୁରା ପଲ୍ଲି ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ଆଜକୁ ମିଶାଇ ଗତ ତିନି ଦିନ ମଧ୍ୟରେ ମୃତକ ପାଞ୍ଚ ଜଣ ହେଲେ ସେହି ଗ୍ରାମର ୬୦ ବର୍ଷୀୟ ରାଧା ମଲ୍ଲିକ,(ସ୍ବାମୀ ଦଣ୍ଡପାଣି ମଲ୍ଲିକ),୬୫ ବର୍ଷୀୟ ଗୋଲାପ ମଲ୍ଲିକ( ସ୍ବାମୀ ଲିଙ୍ଗରାଜ ମଲ୍ଲିକ), ୫୫ବର୍ଷୀୟ ଅପସରୀ ମଲ୍ଲିକ (ସ୍ବାମୀ ବିପ୍ର ମଲ୍ଲିକ), ଗୋପାଳ ମଲ୍ଲିକ(ପିତା ଶତ୍ରୁଘନ ମଲ୍ଲିକ), ୨୨ ବର୍ଷୀୟ ସଙ୍ଗୀତ ମଲ୍ଲିକ(ପିତବାସ)। ବର୍ତ୍ତମାନ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ୪ ବର୍ଷର ଅନିଶା ମଲ୍ଲିକ ଓ ୪ବର୍ଷର ଚାନ୍ଦିନୀ ମଲ୍ଲିକ ଉଭୟେ ଚିକିତ୍ସିତ ହେଉଛନ୍ତି।ଅନ୍ୟ ଦୁଇ ଜଣ ବ୍ରହ୍ମପୁର ବଡ଼ ମେଡିକାଲରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହି ଗ୍ରାମରେ ୪୦ ପରିବାର ରହିଥିବା ବେଳେ ୩ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି। ଗ୍ରାମ ଲୋକଙ୍କ ଅଭିଯୋଗ ପ୍ରକାରେ ଝାଡା ବାନ୍ତୀରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ ହେଲାଣି ।କିଏ ମେଡିକାଲ କୁ ଯାଉଥିବା ବେଳେ ଅନ୍ୟ କେହି ଝଡଫୁଙ୍କା ଉପରେ ବିଶ୍ୱାସ କରି କାହାର ଜୀବନ ଚାଲିଯାଇଛି।ଗ୍ରାମର ଗୀତାଞ୍ଜଳି ନଣନ୍ଦ ସଂଗୀତାଙ୍କ ଝାଡ଼ାବାନ୍ତି ହେବାରୁ ତାଙ୍କୁ ଡାକ୍ତର ଖାନାରେ ଚିକିତ୍ସା କରିବା ବଦଳେ ଝଡାଫୁଙ୍କା କରିବାକୁ ଗୋଛା ଅଞ୍ଚଳକୁ ନେଇଥିଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଉଜ ଗୀତାଞ୍ଜଳି ମଲ୍ଲିକ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି।ତେଣୁ ଗାଁରେ କେତେକ ଘରେ ତାଲା ପଡିଛି ତ ଆଉ କିଏ ଗ୍ରାମ ଛାଡି ଚାଲିଯାଇଛନ୍ତି।ପ୍ରକାଶ ଥାଉକି ଗ୍ରାମରେ ଗତ ଏକ ମାସ ହେଲା ଓଭେର ହେଡ ଟେଙ୍କ ଖରାପ ହୋଇ ଯାଇଥିବାରୁ ଲୋକେ ପିଇବା ପାଣି ଅନ୍ୟତ୍ର ବ୍ୟବହାର କରୁଥିଲେ।ସମ୍ଭବତଃ ଏହି କାରଣରୁ ଗାଁ ରେ ଏହି ଅସୁବିଧା ସୃଷ୍ଟି ହୋଇଛି।ଲୋକେ ଭୟ ଓ ଆତଂକରେ ରହିଛନ୍ତି।ଖବର ପାଇ ଆସିକା ବିଡ଼ିଓ ଫକୀର ଚରଣ ପରିଡା ଗ୍ରାମରେ ପହଞ୍ଚି ଡାକ୍ତରୀ.

ଟିମ ଏବଂ ଆର ଡଲ୍ୟୁ ଏସ ଏସ ବିଭାଗ କର୍ମକର୍ତ୍ତା ସହ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମଧୁସୂଦନ ବାରିକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମକୁ ବିଲିଚିଙ୍ଗ କରିବା ସହ ଘରେ ଘରେ ଔଷଧ ବାଣ୍ଟିବା ପରେ ଗ୍ରାମର ପିଇବା ପାଣିର ନମୁନା ସଂଗ୍ରହ କରିଥିଲେ।ଗ୍ରାମର ପିଇବା ପାଣି ସମସ୍ୟା ନ ସୁଧରିବା ଯାଏଁ ଟେଙ୍କର ଯୋଗେ ପାଣି ଯୋଗାଣ କରାଯିବ ବୋଲି ବିଡିଓ ଶ୍ରୀ ପରିଡା ସୂଚନା ଦେଇଛନ୍ତି।