ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅମ୍ବାଗାଁ ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳିଥିବା ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମିନତି ସେଠୀଙ୍କ ଅଧକ୍ଷତାରେ ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷ୍ୟ ସିମାଞ୍ଚଳ ପାତ୍ର, ଗୋଷ୍ଟି ଉନ୍ନନୀୟ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ମାମାନୀ ପାତ୍ର, ଛଣମାରି ସରପଞ୍ଚ ତପନ କୁମାର ସେଠୀ, ଚୁଡ଼ଙ୍ଗପୁର ସରପଞ୍ଚ ଜାଗିଲି ସେଠୀ, ସାହାସପୁର ସରପଞ୍ଚ ସୁଶାନ୍ତ ସେଠୀ, ଅମ୍ବାଗାଁ ସମିତିସଭ୍ୟ କାଳୁଚରଣ ଭୂୟାଁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ସୁରେଖା ବେହେରା, କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ପ୍ରଭା ରଥ, ବିପିସି ଦୁର୍ଯ୍ୟୋଧନ ମଲ୍ଲିକ, ଶିଶୁ ମଙ୍ଗଳ ଅଧିକାରିଣୀ ସୁଚିତ୍ରା ସାହୁ, ଅଙ୍ଗନବାଡି ସୁପରଭାଇଜର ପୁଷ୍ପଲତା ସାହୁ,

ସମାଜସେବୀ ଦେବରାଜ ସେଠୀଙ୍କ ସମେତ ବହୁ ପ୍ରଶାସନିକ କର୍ମଚାରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ପଞ୍ଚାୟତର “ଆମ ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ ହୋଇଥିବା ଆଦର୍ଶ ପୋଖରୀ, ବିଭିନ୍ନ ପ୍ରକାରର ମନରେଗା ଯୋଜନା, ମିଶନ ଶକ୍ତି ଗୃହ, ମୋ ସ୍କୁଲ, ବିଭିନ୍ନ ମଠ ମନ୍ଦିରର ବିକାଶ ମୂଳକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଏକ ପୁସ୍ତକ ଜରିଆରେ ଲୋକଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲେ। ବିଭିନ୍ନ ବିଭାଗୀୟ ଯୋଜନା ବିଷୟରେ ବିଡ଼ିଓ ଶ୍ରୀ ମିଶ୍ର ଧାରଣା ପ୍ରଦାନ କରି ନବୀନ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ରୂପରେଖକୁ ଷ୍ଟଲ ଖୋଲାଯାଇ ନିଜ ବିଭାଗୀୟ ଯୋଜନାର ବିଷୟରେ ଜନସାଧାରଣକୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ, ଅଞ୍ଚଳବାସୀ ଉପସ୍ଥିତ ରହି ସଚେତନତା ଶିବିରକୁ ସାଫଲ୍ୟ କରିଥିଲେ ।
ରିପୋର୍ଟର : ରଘୁନାଥ ନାୟକ
