You are currently viewing ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି।

ବ୍ରହ୍ମପୁର: ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି କେବଳ ନିଜ ପାଇଁ ଜୀବନ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଥିଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ବବିଦ୍ୟାଳୟର ସଫଳତା ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଦେଶରେ ଏବେ ମହିଳା ସଶକ୍ତିକରଣର ଧାରା ପ୍ରବାହିତ ହେଉଛି।

ମହିଳା ବିକାଶ ନୁହେଁ ବରଂ ମହିଳାଙ୍କ ନେତୃତ୍ୱରେ ବିକାଶ ପରିଲକ୍ଷିତ ହେଉଛି। ଦକ୍ଷିଣ ଓଡ଼ିଶା ପାରିବାରିକ କ୍ଷେତ୍ରରେ ମଧ୍ୟ ନାରୀ ନେତୃତ୍ୱ ତଥା ନାରୀଙ୍କୁ ସମ୍ମାନର ନଜିର ଦେଇ ଆସିଛି। ସାରା ଜୀବନ ଆମେ ଅଧ୍ୟୟନରତ ରହି ଜ୍ଞାନ ଅର୍ଜନ ସହ ଜୀବନସାରା ସମାଜ କଲ୍ୟାଣରେ ତାହାର ଉପଯୋଗ କରିବାର ଆବଶ୍ୟକତା ରହିଛି।କୁଳାଧିପତି ଶ୍ରୀ ଦାସ କହିଥିଲେ ଯେ ଜୀବନ ନିରନ୍ତର ଶିକ୍ଷାର ପ୍ରକ୍ରିୟା ଅଟେ।

ଗବେଷଣା ପାଇଁ ଆମେ ସର୍ବଦା ଆଗ୍ରହୀ ରହିବାକୁ ହେବ। ଏବେ ବିଶ୍ବର ଯେଉଁ ସ୍ଥାନକୁ ଗଲେ ବି ଭାରତୀୟ କମ୍ପ୍ୟୁଟର ପ୍ରଫେସନାଲ୍ ସେଠି ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାର ଦେଖିବାକୁ ମିଳୁଛି।
ସମାବର୍ତ୍ତନ ଉତ୍ସବରେ ଜଣକୁ ଡି.ଏସ.ସି, ୩ ଜଣଙ୍କୁ ଡି.ଲିଟ୍, ୪୩ ଜଣଙ୍କୁ ପି.ଏଚ.ଡି ଉପାଧି ଓ ୩୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଉଚ୍ଚଶିକ୍ଷାର ବିକାଶର ତଥ୍ୟ ଉପସ୍ଥାପନ କରିଥିଲେ।

ରାଜ୍ୟରେ ବିଶ୍ବବିଦ୍ୟାଳୟ ଏବେ ୪ରୁ ୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ନୂଆ-ଓ ଛାତ୍ରବୃତ୍ତି ପାଇଛନ୍ତି। ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥାଭାବ ନାଁ କୌଣସି ଅନୁଷ୍ଠାନ ନାଁ କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ହୋଇରହିନି ବୋଲି କହିଥିଲେ।