ବନ ମହୋତ୍ସବ ସପ୍ତାହ ଚାଲିଥିବା ବେଳେ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଳିମେଘୀ ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ କୋଦଳା ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଦଳା ଫରେଷ୍ଟର ବଳରାମ ଶବର, ଫରେଷ୍ଟ ଗାର୍ଡ ଅବିନାଶ କଅଁର, ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ, ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ସମାଜସେବୀ ବିଶ୍ବାମିତ୍ର ତ୍ରିପାଠୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ମୂଲ୍ୟବାନ ଚାରା ରୋପଣ କରିଥିଲେ। ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଅତିଥିମାନେ ବୃକ୍ଷ ରୋପଣ, ଏହାର ଉପକାରିତା ଓ ଛାତ୍ରଛାତ୍ରୀ କିପରି ଯତ୍ନ ନେବେ ସେସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମକୁ ସୌଭାଗ୍ୟ କୁମାର ମିଶ୍ର ସଂଯୋଜନା କରିଥିଲେ। ବନ ସମିତି ଲୋକମାନେ ପଞ୍ଚାୟତ ରାଜର ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ସମସ୍ତେ ଏକାଠି ହେଲେ ତେବେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯାଇପାରିବ ବୋଲି କହିଥିଲେ ଫରେଷ୍ଟର ଶ୍ରୀ ଶବର।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
