You are currently viewing ଉଦ୍ୟାନ କୃଷକ ମାନଙ୍କ ଆନ୍ତଃ ରାଜ୍ୟ ଶିକ୍ଷାଭିତ୍ତିକ ପରିଭ୍ରମଣ |
ଉଦ୍ୟାନ କୃଷକ ମାନଙ୍କ ଆନ୍ତଃ ରାଜ୍ୟ ଶିକ୍ଷାଭିତ୍ତିକ ପରିଭ୍ରମଣ |

ଖଲ୍ଲିକୋଟ : 3/2 ଖଲ୍ଲିକୋଟ ବ୍ଲକ ର ଉଦ୍ୟାନ କୃଷି ମାଧ୍ୟମ ରେ ଜୀବନ ଧାରଣ କରି ଆସୁଥିବା ମହିଳା ଓ ପୁରୁଷ କୃଷକ ମାନଙ୍କ କୃଷି କ୍ଷେତ୍ର କୁ ଏକ ଆନ୍ତଃ ରାଜ୍ୟ ଶିକ୍ଷାଭିତ୍ତିକ ପରିଭ୍ରମଣ କାର୍ଯ୍ୟକ୍ରମ କୁ ସମନ୍ୱିତ ଉଦ୍ୟାନ କୃଷି ଉନ୍ନୟନ ନିୟୋଗ ଦ୍ୱାରା ରାଜ୍ୟ ର ବିଭିନ୍ନ କୃଷି କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି | ଖୋର୍ଦ୍ଧା ଜିଲ୍ଲା ର ଉଦ୍ୟାନ କୃଷକ ମାନେ ଖଲ୍ଲିକୋଟ ଗ୍ରସ୍ତ ରେ ଆସି ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ଯୋଜନା ରେ ମିନ|କୁମାରୀ ପଥୁରିନାଲ ଠାରେ କରାଯାଇଥିବା ବ୍ୟବସାୟିକ ଫଳ ଚାଷ କୁ ବୁଲି ଦେଖିଥିଲେ |

ଦାନପୁର ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ହୋଇଥିବା ଫଳ ଚାଷ ଓ ଲକ୍ଷ୍ମୀ ନାରାୟଣ ପୁର ଅଭୟ ଜେନା ଙ୍କ ଅଇଲ ପାମ ଚାଷ ଓ ବାଣିଆ ରେ ଏସ ନୀଳାଞ୍ଚଳ ଦୋରା ଙ୍କ କାଜୁ ଚାଷ ଓ ପକ୍ରିୟାକରଣ ଶିଳ୍ପ କୁ ଖଲ୍ଲିକୋଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ କ୍ଷେତ୍ର ଅଧିକାରୀ ବାବାନାଥ ପାଳ ପ୍ରମୁଖ ଉଦ୍ୟାନ କୃଷି କ୍ଷେତ୍ର ପରିଦର୍ଶନ କରାଇ ଥିଲେ |
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ ଗଞ୍ଜାମ )