You are currently viewing କୋଦଳା ଥାନା ଅଞ୍ଚଳରେ ସାଇବର୍ ଅପରାଧକୁ ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା ଥାନା ଅଞ୍ଚଳରେ ସାଇବର୍ ଅପରାଧକୁ ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଲ୍ଲିକୋଟ
ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ଏସ ଆଇ ଶ୍ରଦ୍ଧାଞ୍ଜଳି ସେନାପତି, ଏ ଏସ ଆଇ ସସ୍ମିତା ବେହେରା, ଏ ଏସ ଆଇ ଅମୂଲ୍ୟ ରତ୍ନବୀର, ସାଇବର ସେଲ ଗଞ୍ଜାମ, ଅନ୍ୟାନ୍ୟ ସମସ୍ତ ପୋଲିସ କର୍ମଚାରୀ, ଗୋଷ୍ଠି ଶିକ୍ଷାଧିକାରୀ ସଦ୍ୟସ୍ମାନ୍ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ଡ. ସ୍ନିଗ୍ଧାରାଣି ସ୍ବାଇଁ, ସରପଞ୍ଚ ଚିତ୍ରସେନ ଘୋଷ, ସଭାପତି ଶିବ ବିଶୋୟୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଏସ ପି ରଞ୍ଜିତ ପୃଷ୍ଟି ଶୁଭ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏକ ନାଟକ ପରିବେଷଣ କରି ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ରେଡ୍ କ୍ରସ ଛାତ୍ରଛାତ୍ରୀ , ସ୍କାଉଟ୍ , ଇକୋ କ୍ଲବ ଛାତ୍ରଛାତ୍ରୀ ମାନେ ଭାଗନେବା ସହିତ ରେଡ୍ କ୍ରସ୍ ଓ ସ୍କାଉଟ୍ ମାଷ୍ଟର ଦାୟିତ୍ବରେ ଥିବା ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମମତା ପଣ୍ଡା, ସାଇଦା ବେଗମ, ମଧୁଛନ୍ଦା ଜେନା, ଜ୍ୟୋସ୍ନାବାଳା ସେନାପତି, ଲକ୍ଷ୍ମଣ ସାହୁ, ପ୍ରମିତା ଦାସ, ମନୋଜ କୁମାର ସ୍ବାଇଁ, ବିନାୟକ ସାହାଣୀ, ନମିତା ପ୍ରିୟଦର୍ଶିନୀ ଜେନାଏବଂ କମିଟି ସଦସ୍ୟ ମନୋଜ କୁମାର ସାହୁ ସହଯୋଗ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।