ସାନଖେମୁଣ୍ଡି , ୧୭/୦୯,(ରଘୁନାଥ ନାୟକ ) :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ପଞ୍ଚାୟତ ରେ ଜିଲ୍ଲାର ବରିଷ୍ଟ ରାଜନେତା , ପୂର୍ବତନ ମୋହନା ବିଧାୟକ ତଥା ସମ୍ପ୍ରତି ଦିଗପହଣ୍ଡି ବିଧାୟକ ଭାବେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ମନ୍ତ୍ରୀ , ବାଚସ୍ପତି ସ୍ୱର୍ଗତଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସାନଖେମୁଣ୍ଡି ବ୍ଲକ ରାଜନୀତିରେ ପ୍ରଧ୍ୟାନ୍ୟ ରହିଥିଲା । ତତ୍କାଳୀନ ମୋହନା ନିର୍ବାଚନ ମଣ୍ଡଳୀରେ ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତର ସାର୍ବଜନୀନ ବିକାଶରେ ସୁର୍ଯ୍ୟବାବୁଙ୍କ ପ୍ରାଧାନ୍ୟ ରହିଥିଲା । ସୂର୍ଯ୍ୟ ବାବୁଙ୍କ ନିଧନରେ ଅଞ୍ଚଳରେ ଶୋକର ଛାୟା ଖେଳିଥିବା ବେଳେ ତୃଣମୂଳ ସ୍ତରରେ ରହିଥିବା ଦଳୀୟ କର୍ମୀଙ୍କୁ ହତୋତ୍ସାହିତ କରିଥିଲା ।
ପରନ୍ତୁ ସ୍ୱର୍ଗତଃ ପାତ୍ରଙ୍କ ପଟିଗୁଡା ପଞ୍ଚାୟତ ପ୍ରତି ରହିଥିବା ଅବଦାନକୁ ପାଥେୟ କରି ଅଞ୍ଚଳର ପ୍ରମୁଖ ବିଜେଡି ପରିବାର ଭାବେ ଜଣାଶୁଣା ସିମାଞ୍ଚଳ ଗୌଡ଼ ନିର୍ବାଚିତ ହୋଇଥିବା ବେଳେ ଆଜି ସ୍ୱର୍ଗତଃ ପାତ୍ରଙ୍କ ସ୍ମୃତି ଚାରଣ ସଭାଉଦ୍ଧେଶ୍ୟରେ ଏକ ସମାବେଶର ଆୟୋଜନ ସହ ଏହି ଉତ୍ସବରେ ନୂଆଁ କରି ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ ହୋଇଥିବା ପଞ୍ଚାୟତର ୬୭ଜଣ ହିତାଧକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।
ପଞ୍ଚାୟତ ସୌଜନ୍ୟରୁ ଆୟୋଜିତ ଏହି ସମାବେଶକୁ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୌଡ଼ ଜି. ଆର. ଏସ ଶିବରାମ ସାହୁ ବିଜୟ ନାୟକ ସଂଯୋଜନା କରିଥିବା ବେଳେ ପଞ୍ଚାୟତର ବହୁ ବିଜେଡି ଅନୁଗତ , ମୁଚିୟା ଗୌଡ଼, ଅରକ୍ଷିତ ଗୌଡ଼, ଜୟ ଗୌଡ଼, ଉଚ୍ଚବ ନାୟକ, କଂଗ୍ରେସ ନାୟକ ପ୍ରମୁଖ ଉପସ୍ଥିତ ରହି ମନୋନୀତ ୬୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।


