ଖଲ୍ଲିକୋଟ ; 15/2 ଗତ ଏକ ବର୍ଷ ହେଲା ଚାଲିଥିବା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ରୂପାନ୍ତରିତ କାର୍ଯ୍ୟ ର ଅଗ୍ରଗତି କୁ ନେଇ ଛତ୍ରପୁର ର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ( ପ୍ରୋବେସନାରୀ ) ରାକେଶ କୁମାର ଜେନା ସମୀକ୍ଷା କରି ଫେରିଥିବା ଜଣାପଡିଛି |ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇ ଆସିଥିବାରୁ ଏହା ଖୁବ ଶୀଘ୍ର ଉଦଘାଟନ ହୋଇ ରୋଗୀଙ୍କ ସେବା ରେ ଲାଗିବ ବୋଲି ସୂଚନା ମିଳିଛି |ସ୍ୱାସ୍ଥ୍ୟ କେନ୍ଦ୍ର ର ଭିତ୍ତି ଭୂମି ର ବିକାଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି |ଉକ୍ତ ଶ୍ରୀ ଜେନା ସ୍ୱାସ୍ଥ୍ୟ କେନ୍ଦ୍ର ର ଅ|ନୁସଙ୍ଗିକ କାର୍ଯ୍ୟକ୍ରମ ସମ୍ପର୍କ ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଙ୍କୁ ପଚାରି ବୁଝି ଥିବା ବେଳେ ତାଙ୍କ ପରିଦର୍ଶନ ବେଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଓ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଆମ ହସ୍ପିଟାଲ ପ୍ରତିଷ୍ଠା ପାଇଁ 16 କୋଟି ଟଙ୍କା ଆସିଥିବା ବେଳେ ଜମି ଅଧିଗ୍ରହଣ ଆଦେଶ ଆସି ନଥିବା ଯୋଗୁ ବିଳମ୍ବ ପରିଲକ୍ଷିତ ହେଉଛି | ଅନ୍ୟ ପକ୍ଷ ରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଟ୍ରମା କେୟାର କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ସେ ନେଇ ଆବଶ୍ୟକ ଡାକ୍ତର ଓ ସରଞ୍ଜାମ ମିଳିପାରିନି ତେଣୁ ଏହାକୁ ତ୍ୱରାନ୍ୱିତ କରିବା ସାଙ୍ଗକୁ ଅନୁମୋଦିତ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
