ପୁରୀ,୧୦/୬ – ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ମାଜିଷ୍ଟ୍ରେଟ୍, ରାଜସ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ସାଥୀ ଅଧିକାରୀମାନଙ୍କ ସହ ହରଚଣ୍ଡୀସାହିସ୍ଥିତ ସେବାୟତ ବାସଗୃହ ଯୋଜନା ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ।
ମହାପ୍ରଭୁଙ୍କ ଜମି ହେଉଛି ଦିବ୍ଯ ସମ୍ପତ୍ତି। ଏହା ଉପରେ କୌଣସି ପ୍ରକାର ବେଆଇନ ଦଖଲ କିମ୍ବା ହସ୍ତକ୍ଷେପକୁ ପ୍ରଶାସନ କଦାପି ବରଦାସ୍ତ କରିବ ନାହିଁ। ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତି ବା ମାଫିଆମାନଙ୍କ ବିରୁଦ୍ଧରେ ଆଇନାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମହାପ୍ରଭୁଙ୍କ କୃପା ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି

