You are currently viewing ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ଦାଶଙ୍କ ପରଲୋକ ,
ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ଦାଶଙ୍କ ପରଲୋକ ,

କଟକ : ସମାଜସେବୀ ତଥା ଧର୍ମପ୍ରାଣ ବ୍ୟକ୍ତି ଯୁଗଳ କିଶୋର ଦାଶ ଙ୍କର ଇତି ମଧ୍ୟରେ ନିଜ ବାସ ଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି l ସେ ଜଣେ ମିଷ୍ଟ ଭାଷୀ,ମେଳାପୀ ତଥା ସମାଜ ସେବୀ ବ୍ୟକ୍ତି ଥିଲେ l ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଜିତେନ କୁମାର ଦାଶ ମୁଖାଗ୍ନି ଦେଇଥିଲେ l ତାଙ୍କ ତିନି ପୁତ୍ରଙ୍କ ମଧ୍ୟ୍ୟରୁ ବଡ଼ ପୁଅ ଜିତେନ କୁମାର ଦାଶ ସ୍ଥାନୀୟ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ମଧ୍ୟମ ପୁତ୍ର ମନୋରଞ୍ଜନ ଶିକ୍ଷକ ଭାବେ ଓ ସାନ ପୁଅ ଦୀପକ କୁମାର ଦାଶ ଖ୍ରୀଷ୍ଟମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ l ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି l