You are currently viewing ୨୦ତମ ପାତାଳୀ ମହୋତ୍ସବର ୨ୟ ସନ୍ଧ୍ୟା-୨୦୦୬ ମହିହାରେ ଆରମ୍ଭ ହୋଇଥିଲା ମହୋତ୍ସବ
୨୦ତମ ପାତାଳୀ ମହୋତ୍ସବର ୨ୟ ସନ୍ଧ୍ୟା-୨୦୦୬ ମହିହାରେ ଆରମ୍ଭ ହୋଇଥିଲା ମହୋତ୍ସବ

ଉଲୁଣ୍ଡା ୩୧/୦୧(ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ୨ୟ ସନ୍ଧ୍ୟାରେ ପହଞ୍ଚିଛି।ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଓ ଉଲୁଣ୍ଡା ବିଡ଼ିଓ କରିଶ୍ମା ବେଶ୍ରା ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ।ଏହି ଅବସରରେ ଆଜି ଦ୍ଵିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାର ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ଅଚ୍ୟୁତ ପଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହିପରି ଆଜି ୫୬ପ୍ରହରୀ ନାମଯଜ୍ଞ ରେ କୋଟସମଲାଇ (ଗଡଭିତର) ନାମ ସଂକୀର୍ତ୍ତନ କରିଥିଲେ। ଅଖଣ୍ଡ ଘୃତଯଜ୍ଞ ରେ ପୂଜକ ଭାବରେ ଅର୍ଜୁନ ପଣ୍ଡା ଓ କର୍ତ୍ତା ଭାବେ ଗାଁ ଗୌନ୍ତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅବସରରେ ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ମଧ୍ୟ ଭକ୍ତମାନେ ଦର୍ଶନ କରୁଛନ୍ତି

।ସେ ପଟେ ଛଳିଆ ପାହାଡରେ ମନ୍ଦିର ନିକଟରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଅଛି।ଏହି ମହୋତ୍ସବ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମହାସମାରୋହରେ ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଅଛି। ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପର୍ବ ହେଉଛି ପାତାଳୀ ମହୋତ୍ସବ।ଏହି ମହୋତ୍ସବ ୬ ତାରିଖରେ ପୂର୍ଣ୍ଣାହୂତି ହେବ।ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଭକ୍ତ ମନଭୋର ଦେଖିଥିଲେ। ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥିଲେ।