ଖଲ୍ଲିକୋଟ :19/4 ଖଲ୍ଲିକୋଟ ସ୍ଥିତ ରାମଚଂଦ୍ର ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ଏକ ନିଶା ନିବାରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଚି…. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧକ୍ଷ ଡ. ସୁରେନ୍ଦ୍ର କୁମାର୍ ସ୍ୱାଇଁ ଅଧ୍ୟକ୍ଷତା କରି ଥିବା ବେଳେ… ପୋଲିସ୍ ଏସ ଆଇ ମାନସୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ… ନିଜ ବକ୍ତବ୍ୟ ରେ ଯୁବ ଛାତ୍ର ଛାତ୍ରୀ ମାନେ ନିଜର ପାଠ ପଢା ବୟସରେ କୁ ସଙ୍ଗ ଦୋଷ ରେ ପଡ଼ି ପାନ


, ଗୁଟଖା ,ଧୁମ ପାନ କରିବା ସହିତ କେତେକାଂଶ ରେ ମଦ ଓ ଗଞ୍ଜେଇ ଭଳି ନିଶା ସେବନ କରିଥାନ୍ତି ଏପରି କି ପାଠ ପଢା ବୟସ ରେ ସମ୍ପୂର୍ଣ୍ଣ ନିଶା ର କବଳିତ ହୋଈ ରୋଗା ଗ୍ରସ୍ତ ମଧ୍ୟ ହୋଇ ପଡନ୍ତି ଯାହା ଫଳରେ ସେମାନଙ୍କ ଭବିଷତ ଏକ ପ୍ରକାର ଅନ୍ଧାର କୁ ଠେଲି ହୋଇ ଯାଇଥାଏ.. ନିଶା କିଭଳି ଭାବେ ମଣିଷ ର ମାନସିକ ଓ ଶାରିରୀକ ସ୍ତର ରେ ଯଥେଷ୍ଟ କ୍ଷତି ପହଞ୍ଚେଇ ଥାଏ ଓ ଛାତ୍ର ଛାତ୍ରୀ ମାନେ କିପରି ନିଶା ଠାରୁ ଦୁରେଇ ରହି ସୁସ୍ଥ ସମାଜ ଗଠନ ଦିଗରେ ଧ୍ୟାନ ଦେବେ ସେ ସମ୍ପର୍କ ରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ…
ୟୁଥ୍ ରେଡ୍ କ୍ରସ ସଂଯୋଜକ ଟି. ଅକ୍ଷୟ କୁମାର କାର୍ଯ୍ୟ କ୍ରମ୍ କୁ ସଂଯୋଜନା କରିଥିଲେ..
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ



