You are currently viewing ଶିଳ୍ପଗ୍ରାମ ଦାଣ୍ଡିସାହିରେ୨୧ ତମ ମହାବିଷୁବ ଉତ୍ସବ ଓ ଚିତ୍ର- ସାହିତ୍ୟ କର୍ମଶାଳା ଅନୁଷ୍ଠିତ
ଶିଳ୍ପଗ୍ରାମ ଦାଣ୍ଡିସାହିରେ୨୧ ତମ ମହାବିଷୁବ ଉତ୍ସବ ଓ ଚିତ୍ର- ସାହିତ୍ୟ କର୍ମଶାଳା ଅନୁଷ୍ଠିତ

ପୁରୀ:୧୭/୪: ପୁରୀ ନିକଟ ଶିଳ୍ପଗ୍ରାମ ଦାଣ୍ଡିସାହିରେ ପ୍ରତିବର୍ଷ ପରି ଚଳିତବର୍ଷ ଅନନ୍ତ ଗୁରୁକୁଳ ପକ୍ଷରୁ ୨୧ତମ ଓଡିଆ ନବବର୍ଷ, ମହାବିଷୁବ ଉତ୍ସବ ଏବଂ ଚିତ୍ର – ସାହିତ୍ୟ କର୍ମଶାଳା ଅନୁଷ୍ଠାନର ସଭାପତି ପ୍ରଭାତ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବରୁ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଇ ଆଶିଷ ଭିକ୍ଷା କରାଯାଇଥିଲା। ଉତ୍ସବ ଦିନ ସକାଳୁ ଗ୍ରାମର ଶିଳ୍ପୀମାନେ ଚିତ୍ରକଳା ଅଙ୍କନ କରିବା ପାଇଁ ଏକାଠି ହୋଇ ବିଭିନ୍ନ ପ୍ରକାରର ଚିତ୍ର ପ୍ରସ୍ତୁତ କରିଥିଲେ। ଅପରାହ୍ଣ ୫ଟାରେ ଚିତ୍ର – ସାହିତ୍ୟ କର୍ମଶାଳାରେ ବିଷ୍ଣୁପଦ ମାରାଣ୍ଡି, ପୁରୀ ଜିଲ୍ଲା ହସ୍ତଶିଳ୍ପ ନିର୍ଦ୍ଦେଶକ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ। ଆଲୋଚକ ଭାବେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ବିଶ୍ୱ ପ୍ରକାଶ ପଟ୍ଟନାୟକ, ଲକ୍ଷ୍ମୀଧର ସୁବୁଦ୍ଧି, ସନ୍ତୋଷ କୁମାର ସେଠୀ, ଉପନିର୍ଦେଶକ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ପୁରୀ, କମଳାକାନ୍ତ ଦାଶ, ସମ୍ପାଦକ –

ହିମ୍ମତ ଦୈନିକ ଖବରକାଗଜ, ପ୍ରିୟପାତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ, ଲିଙ୍ଗରାଜ ମହାରଣା ପ୍ରମୁଖ ଯୋଗଦେଇ ଚିତ୍ର ସାହିତ୍ୟ ର ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଏବଂ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଏହି ଐତିହ୍ୟ ଗ୍ରାମର ଉନ୍ନତି କଳ୍ପେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ସାହିତ୍ୟ ସ୍ରଷ୍ଟା ଏବଂ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସନ୍ତୋଷ କୁମାର ସେଠୀ, ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ପ୍ରସନ୍ନ ନାୟକ,ଶରତ କୁମାର ସାହୁ, ଶ୍ରୀମତୀ ମହାରଣା, କମଳାକାନ୍ତ ଦାଶ, ବିଶ୍ୱ ପ୍ରକାଶ ପଟ୍ଟନାୟକ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରବୋଧ କୁମାର ଦାସ, ମାନସ କୁମାର ମହାରଣା, ଶିବ ପ୍ରସାଦ ମହାନ୍ତି ଏବଂ ଭାସ୍କର ଜେନାଙ୍କୁ ଚିତ୍ର – ସାହିତ୍ୟ ସମ୍ମାନ:୨୦୨୬ରେ ଅତିଥିମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଜୟ ପଣ୍ଡା, ସନ୍ତୋଷ କୁମାର ଦାସ, ପୂର୍ଣ୍ଣ ମହାରଣା ଏବଂ ଗ୍ରାମବାସୀ ବୃନ୍ଦ। ପରେ ପରେ ପୂର୍ଣ୍ଣ ମହାରଣାଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ କଳାପ୍ରେମୀ ଦର୍ଶକ ଉପଭୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ମନୋରଞ୍ଜନ ମିଶ୍ର।
ଶେଷରେ ଅନନ୍ତ ଗୁରୁକୁଳ ସମ୍ପାଦକ ବିଭୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।।