ଗଞ୍ଜାମ ଜିଲ୍ଲା (ଇପିଲି ପୂର୍ଣ୍ଣଚନ୍ଦ୍ର): ପୂର୍ବତନ ଆଇ.ଜି.ପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ କଟକସ୍ଥିତ ରାମକୃଷ୍ଣ ପାଢୀ ମେମୋରିଆଲ ହଲ ଠାରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହା ସହ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ସ୍ବର୍ଗତ ସାହୁଙ୍କ ଫଟୋ ଚିତ୍ରରେ ଫୁଲମାଳ ସହ ପୁଷ୍ପାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ସଂଘ ତରଫରୁ ସ୍ୱର୍ଗତ ସାହୁଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା। ସ୍ୱର୍ଗତ ସାହୁ କେବଳ ଜଣେ ଦକ୍ଷ ଆଇ.ପି.ଏସ ଅଧିକାରୀ ନୁହଁ ସେ ଏକାଧାରରେ ଜଣେ ସୁସାହିତ୍ୟିକ, ସୁଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡ଼ି.ଜି.ପି ଶ୍ରୀ ଷଡଙ୍ଗୀ କହିଥିଲେ । ଏହା ସହ ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ I ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ି.ଜି.ପି ନିଜ ପ୍ରତିକ୍ରିୟାରେ କହିଥିଲେ । ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ପୋଲିସ କମିଶନର (ଭୁବନେଶ୍ୱର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ବର୍ଗତ ସାହୁଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ରାଜେଶ କୁମାର, ଆଇ.ଜି.ପି.(ପ୍ରୋଭିଜନିଙ୍ଗ) ଶ୍ରୀ ଯତୀନ୍ଦ୍ର କୋୟଲ, ଆଇ.ଜି.ପି. (ପର୍ମୋନେଲ) ଶ୍ରୀ ପ୍ରବୀଣ କୁମାର, ଆଇ.ଜି.ପି (କମ୍ୟୁନିକେସନ) ଶ୍ରୀ ସତୀଶ ଗୋଜଭିୟେ, ଆଇ.ଜି.ପି (ଭିଜିଲାନ୍ସ ), ଶ୍ରୀ ସଞ୍ଜୟ କୁମାର କୌଶଲ, ଆଇ.ଜି.ପି (କେନ୍ଦ୍ରାଞ୍ଚଳ) ଶ୍ରୀ ଆଶିଷ କୁମାର ସିଂ, ଡି.ଆଇ.ଜି. (ଭିଜିଲ Iକ୍ଟ୍), ଶ୍ରୀ ପ୍ରକାଶ ଆର ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ କମିଶନର (ଭୁବନେଶ୍ୱର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

