ପାଟପୁର , ୦୨/୦୨ -:- ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସବଡିଭିଜନ ସ୍ତରୀୟ “ଜାତୀୟ ମତଦାତା ଦିବସ ସମାରହୋରେ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ କୁ ବ୍ରହ୍ମପୁର ର ମାନ୍ୟବର ଉପଜିଲ୍ଲାପାଳ ବେଷ୍ଟ ଇଲୋକ୍ଟରାଲ ଲିଟେରେସି ଘୋଷଣା କରିବା ସହିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ (ଶ୍ରୀମତୀ) ସୁଦେଷ୍ଣା ଚୌଧୁରୀ ଙ୍କୁ ପୁରସ୍କାର ଦେଇ ସମ୍ମାନିତା କରିଛନ୍ତି ମହାବିଦ୍ୟାଳୟ ର ୧୮ ବର୍ଷ ପୂର୍ଣ୍ଣ କରିଥିବା ୯୫ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୋଟ ଦେବା ପାଈଁ ଯୋଗ୍ୟ ସାବ୍ୟସ୍ତ ହୋଇଚନ୍ତି। ଏହି ପରିପ୍ରେକ୍ଷୀରେ ରେ ଅଧ୍ୟକ୍ଷା କହିଛନ୍ତି ଯେ ମହାବିଦ୍ୟାଳୟର ଏହି ମାନ୍ୟତା ପାଇଁ ମାନ୍ୟବର ଉପଜିଲ୍ଲାପାଳ ଙ୍କ ପରାମର୍ଶ ଓ ଉତ୍ସାହ ଯଥେଷ୍ଟ ସହାୟକ ହୋଇଛି ଏବଂ ଅଧ୍ୟକ୍ଷା ଏହାର ଶ୍ରେୟ ରସାୟନ ବିଭାଗର ମୂଖ୍ୟ ଡ଼ କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରାଣୀ ବିଜ୍ଞାନବିଭାଗର ଏଟେଡ୍ଡାଟ ଶ୍ରୀକାନ୍ତ କୁମାର ସାହୁ ଏବଂ ଭୋଟ କାର୍ଡ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଦେଇଛନ୍ତି।
