You are currently viewing ଆଭାସୀ ରେ ଆମ ପୋଖରୀ ଯୋଜନା ର ଶୁଭାରମ୍ଭ  4 ଗୋଟି ପୋଖରୀ ହେବ ପଙ୍କ ଉଦ୍ଧାର
ଆଭାସୀ ରେ ଆମ ପୋଖରୀ ଯୋଜନା ର ଶୁଭାରମ୍ଭ 4 ଗୋଟି ପୋଖରୀ ହେବ ପଙ୍କ ଉଦ୍ଧାର

ଖଲ୍ଲିକୋଟ : 26/2 ସରକାରଙ୍କ ଆମ ପୋଖରୀ ଯୋଜନା ରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର 4 ଗୋଟି ପୋଖରୀ ର ପଙ୍କ ଉଦ୍ଧାର କରାଯିବ ବୋଲି ଜଣା ପଡିଛି |ସୋମବାର ଦିନ ରାଜ୍ୟ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆଭାସୀ ମାଧ୍ୟମରେ ଖଲ୍ଲିକୋଟ ଏନ ଏ ସି ର ଲାଞ୍ଜି ବନ୍ଧ ପୋଖରୀ, ନେଳିଆ ବନ୍ଧ ପୋଖରୀ, ବଳିୟାର ସିଂ ପୋଖରୀ ଓ ବାଲୁକେଶ୍ବରପୁର ଗ୍ରାମ ର ଦେଉଳବନ୍ଧ ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ |ଆମ ପୋଖରୀ ଯୋଜନା ମାଧ୍ୟମ ରେ ପୋଖରୀ ଗୁଡିକ ପୁନଃ ଉଦ୍ଧାର ପାଇଁ 2 କୋଟି 86 ଲକ୍ଷ ଟଙ୍କା ଖର୍ଚ କରାଯିବ |ଉକ୍ତ ପୋଖରୀ ଗୁଡିକ ପୁନଃ ଉଦ୍ଧାର ପାଇଁ ଏନ ଏ ସି ଦ୍ୱାରା ମନୋନୀତ ହୋଇଥିବା 23 ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ |ଉକ୍ତ ଆଭାସୀ ଉଦଘାଟନ କାର୍ଯ୍ୟକ୍ରମ ରେ ଏନ ଏ ସି

ଉପାଧ୍ୟକ୍ଷା ଶ୍ରୀମତୀ ଲିଲି ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ବରିଷ୍ଠ କାଉ ନସିଲର ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀମତୀ ସୁଜାତା କୁମାରୀ ସାମନ୍ତ, ଶ୍ରୀମତୀ ଅନିତା କୁମାରୀ ଶବର, ଶ୍ରୀମତୀ ସନ୍ତୋଷୀ ଦାସ, କାଳିଆ ପରିଡା ସମେତ ଖଲ୍ଲିକୋଟ ଏନ ଏ ସି ର ସହରାଞ୍ଚଳ ମିଶନ ପରିଚାଳକ ରାଜେଶ ପାତ୍ର, ମୁକ୍ତା ଯନ୍ତ୍ରୀ ରାକେଶ ନାୟକ, ଓ ପରିଚାଳକ ବିଧୁ ଭୂଷଣ ମହାକୁଡ଼ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ |


( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )