You are currently viewing ନିଷ୍ଟ ବିଶ୍ୱବିଦ୍ୟାଳୟର ୨୯ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ
ନିଷ୍ଟ ବିଶ୍ୱବିଦ୍ୟାଳୟର ୨୯ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

ଗୋଳନ୍ଥରା ସ୍ତିତ ନିଷ୍ଟ୍ ବିଶ୍ଵବିଦ୍ୟାଳୟର ୨୯ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନI ମୁଖ୍ୟ ଡ଼. ସୁକାନ୍ତ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଆର୍ମି ଆଡ଼ ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲେଫ୍ଟ ଜେନେରାଲ୍ ଆର ସି ଶ୍ରୀକାନ୍ତ, ମୁଖ୍ୟ ବକ୍ତା ଭାବେ ହାଇଦ୍ରାବାଦ୍ ସ୍ତିତ ଟି ୱାର୍କସ୍ କମ୍ପାନୀ ର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ସହଜ ସାନ୍ଧୁ, ବିଶ୍ଵବିଦ୍ୟାଳୟର କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର ମଧ୍ୟ ମଞ୍ଚାସୀନଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଭାରତର ଅଭିବୃଦ୍ଧି ରେ ଯୋଗଦାନ ଦେବା ପାଇଁ ଯୁବଶକ୍ତିକୁ କିପରି ବ୍ୟବହାର କରାଯାଇପାରିବ ତାହା ସେ ବ୍ୟାଖ୍ୟା କରିଥିଲେ।

ନିଷ୍ଟ୍ ବିଶ୍ଵବିଦ୍ୟାଳୟ କେବଳ ଉତ୍କୃଷ୍ଟ ଶିକ୍ଷାଗତ କାର୍ଯ୍ୟକ୍ରମ, ଗୁଣାତ୍ମକ ଶିକ୍ଷା ନୁହେଁ ବରଂ ବହୁବିଧ ଗବେଷଣା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି। ଆଗାମୀ ଦିନରେ ଦେଶର ଏକ ନମ୍ବର ଗବେଷଣାତ୍ମକ ବିଶ୍ଵବିଦ୍ୟାଳୟ ଭାବେ ପରିଚିତ କରାଇବା ଲକ୍ଷ୍ୟ ରଖୁଥୁବା ପ୍ରତିଷ୍ଠାତା ମହାପାତ୍ର କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି କହିଥିଲେ ଯେ ଏହି ବିଶ୍ଵବିଦ୍ୟାଳୟ ର ବିକାଶ ଆମର ପ୍ରତିଷ୍ଠାତାଙ୍କ ଦୃଷ୍ଟିକୋଣ, କ୍ରମାଗତ ନେତୃତ୍ୱ ଦଳଗୁଡ଼ିକର ପ୍ରତିବଦ୍ଧତା ଏବଂ ଆମର ଅଧ୍ୟାପକ ଏବଂ କର୍ମଚାରୀଙ୍କ ନିରନ୍ତର ସମର୍ପଣ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ପ୍ରତିଷ୍ଠା ଦିବସରେ, ମୁଁ ଆମର ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନ କରିବI ସହିତ ଦୀର୍ଘ ବର୍ଷ ଧରି ନିର୍ଦ୍ଦିଷ୍ଟ ବୈଷୟିକ ବିଶ୍ଵବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଷ୍ଟର ନାମକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ଏବଂ ଆଗାମୀ ଦିନରେ ଏହି ଧାରାକୁ ବଜାୟ ରଖିବା ପାଇଁ ଛାତ୍ର ଛାତ୍ରୀ ମାନେ ସର୍ବଦା ଚେଷ୍ଟିତ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଆର୍ମି ଆଡ଼ ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲେଫ୍ଟ ଜେନେରାଲ୍ ଆର ସି ଶ୍ରୀକାନ୍ତ ଏହି ବିଶ୍ଵବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ବି. ଟେକ୍ ଡିଗ୍ରୀ ଶେଷ କରିବI ପରେ ପ୍ରତିରକ୍ଷା ସେବାରେ ଯୋଗ ଦେଇପାରିବେ

। ମୁଖ୍ୟ ବକ୍ତା ଶ୍ରୀ ସହଜ ସାନ୍ଧୁ ନବସୃଜନ ଏବଂ ଶିଳ୍ପ ଇକୋସିଷ୍ଟମ – ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ସେତୁ ବିଷୟରେ ବ୍ୟାଖ୍ୟା କରିଥିଲେ। ବିଶ୍ଵବିଦ୍ୟାଳୟ ର ଭାରପ୍ରାପ୍ତ କୁଳସଚିବ ଡ଼ ବିଷ୍ଣୁଙ୍କର ନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବIଦ୍ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଆଦର୍ଶକୁ ନେଇ ବିଭିନ୍ନ ସେମିନIର ବିଶ୍ଵ ବିଦ୍ୟାଳୟ ପରିସରରେ ଦିନ ତମାମ ଜାରି ରହିଥୁଲା ଯେଉଁଥିରେ ଗବେଶଣା ସଂଯୋଜିକରଣ, ବିଭିର୍ନ କ୍ଲବ ତରଫରୁ ପ୍ରକଳ୍ପ ପ୍ରଦର୍ଶନ, ଏକାଡେମୀକ ଓ ଶିଳ୍ପ ସହଭାଗିତ ପରି ଅନେକ ବିଷୟକୁ ନେଇ ଆଲୋଚନା କରାଯାଇଥିଲେ ।

ସେହିପରି ସନ୍ଧ୍ୟା ସମୟରେ ୪୩ ଜଣ ଅଧ୍ୟାପକ, ଅଣ-ଅଧ୍ୟାପକଙ୍କୁ ସେମାନଙ୍କ ୧୦ ବର୍ଷ, ୧୫ ବର୍ଷ, ୨୦ ବର୍ଷ, ଏବଂ ୨୫ ବର୍ଷ ପୂର୍ତ୍ତି ଅବସରରେ ପୁରଷ୍କାର ବିତରଣ ପ୍ରଦାନ କରାଯାଇଥିଲା । ସେହିପରି ଡିନ ଏକାଡେ଼ମିକ ଡ଼. ପି ରାଜେଶ କୁମାର, ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. ସବ୍ୟସାଚୀ ରଥ, ଡ଼ ସସ୍ମିତ ପାଢ଼ୀ, ଡ଼. ଗାୟତ୍ରୀ ପଣ୍ଡା, ଡ଼ ରତିକାନ୍ତ ନାୟକ, ଡ଼ ବ୍ରଜ କିଶୋର ମିଶ୍ର, ଡ଼ ହରିକୃଷ୍ଣ ଗନ୍ତାୟତ, ଡ଼ ସଂଦୀପନ ମଲିକ, ଡ଼ ମାନବେନ୍ଦ୍ର ପାତ୍ର, ଡ଼ ସ୍ଵାଧୀନ ମିଶ୍ର, ଡ଼. ଅମିତ ପଟ୍ଟନାୟକ, ପ୍ର ଶ୍ଵେତାଞ୍ଜଳୀ ମହାରଣା, ପ୍ର ସରୋଜ ପାଢ଼ୀ, ପ୍ର ମିଟୁ ବରାଳ, ଡ. ଅମରନାଥ ପାଢ଼ୀ, ପ୍ର ଦୁର୍ଗାମIଧବ ପାଢ଼ୀ, ପିତାମ୍ବର ସାହୁ, ପ୍ରଭୁଦତ୍ତ ମିଶ୍ର, ଗୋପବନ୍ଧୁ ଉତ୍ତରକବାଟ, ମୁନା ମହାନ୍ତି, ସୌମ୍ୟାI ମୁଦୁଲି, ସୁରେଶ ମହାପାତ୍ର, ସଚିନ୍ଦ୍ର ମହାପାତ୍ର, ପ୍ରଣୟ ରଥ, ସୁନୀଲ ରାୟ, ଚିନି ନରେଶ, ବାସୁଦେବ ପାଢ଼ୀ, ଡାଂବୁରୁ ଧର ସେଠି ବିଭିନ୍ନ ଦାୟିତ୍ଵ ନିର୍ବIହ କରି ଥିଲେ । କାର୍ଯ୍ୟକ୍ରମକୁ ଡ଼. ଆକାଙ୍ଖ୍ୟା ପଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକI ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।