ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।କୋଦଳା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଜେଏମଏଫସି କୋର୍ଟ ଓ ସବ୍ ଜର୍ଜ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବହୁ ମାମଲାର ତ୍ବରିତ ସମାଧାନ କରାଯାଇଥିବା ଜଣାପଡିଛି। ସବ୍ ଜର୍ଜ କୋର୍ଟ ରେ କୋଦଳା ଷ୍ଟେଟ୍ ବ୍ୟାଙ୍କର ରୁଣ ସଂପର୍କୀତ ୫ ଟି ମାମଲା ଫଇସଲା ହୋଇଥିବା ସୂଚନା ମିଳିଛି।ଶର୍ମିଷ୍ଠା ସାହୁ ନାମକ ଜଣେ କୃଷି ରୁଣ ଗ୍ରହୀତାକଂ ରୁଣ ସଂପର୍କୀତ ମାମଲାର ସମାଧାନ କରାଯାଇ ୩୫ ହଜାର ଟଙ୍କା ଆଦାୟ ହୋଇଛି। ସେହିପରି
ସନାତନ ପ୍ରଧାନ ନାମକ କୃଷି ରୁଣ ଗ୍ରହୀତାକଂ ମାମଲା ସମାଧାନ କରାଯାଇ ୯୫ ହଜାର ଟଙ୍କା ଆଦାୟ କରାଯାଇଛି। ଉଭୟ ପୋଲସରା ଅଞ୍ଚଳର ବୋଲି ଜଣାପଡିଛି। ସେହିପରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ସିଭିଲ ସଂପର୍କୀତ ଅପିଲ୍ କେଶ୍ ଗୁଡିକ ସମାଧାନ ହୋଇଥିବା ବେଳେ ଜେଏମଏଫସି କୋର୍ଟରେ ଯାନବାହାନ ସଂପର୍କୀତ ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ, ସବ୍ ଜର୍ଜ ବର୍ଣ୍ଣାଳୀ ତ୍ରିପାଠୀ, ଜେଏମଏଫସି କୋର୍ଟ ଜଜ୍ ବିମଳ ଲଷ୍ମୀ ଚୌଧୁରୀ ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତର ମାମଲା ଗୁଡିକ ଫଇସଲା କରିଛନ୍ତି। ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ଭଗବାନ ହୋତା, ନୀଳାଞ୍ଚଳ ପଲେଇ, କୈଳାସ ଚନ୍ଦ୍ର ଡାକୁଆ , ଭାଗୀରଥୀ ବେହେରା, ସୋମନାଥ ବେହେରା. ତାରିଣୀ ଚରଣ ପଟ୍ଟନାୟକ, ସ୍ବପ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
